ମୋଦୀଙ୍କୁ ଫୋନ କରି ଶାନ୍ତି ପାଇଁ ସହାୟତା ମାଗିଲେ ଜେଲେନସ୍କି

ନୂଆଦିଲ୍ଲୀ : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫୋନ କରି ପ୍ରସ୍ତାବିତ ଶାନ୍ତି ଫର୍ମୁଲାକୁ ଲାଗୁ କରିବାକୁ ସହାୟତା ମାଗିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲଦୋମିର ଜେଲେନସ୍କି । ସେ ମଧ୍ୟ ଜି-୨୦ ରେ ଭାରତର ସଭାପତିତ୍ବର ସଫଳତା କାମନା କରିଛନ୍ତି ।

ଏ ସଂପର୍କରେ ଏକ ଟୁଇଟ କରି ଜେଲେନସ୍କି ଲେଖିଛନ୍ତି ଯେ ସେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫୋନ କରି ଭାରତର ଜି-୨୦ ସଭାପତିତ୍ବର ସଫଳତା କାମନା କରିଥିଲେ । ଏହି ଜି-୨୦ ମଞ୍ଚରୁ ହିଁ ସେ ଏକ ଶାନ୍ତି ଫର୍ମୁଲା ସଂପର୍କରେ ଘୋଷଣା କରିଥିଲେ । ଏବେ ଏହି ଶାନ୍ତି ଫର୍ମୁଲାକୁ କାର୍ଯ୍ୟକାରୀ କରିବାକୁ ସେ ଭାରତର ସହଯୋଗ କାମନା କରିଛନ୍ତି ।

 

ୟୁକ୍ରେନର ଏହି ପ୍ରସ୍ତାବ ସଂପର୍କରେ ଭାରତର ପ୍ରତିକ୍ରିୟା ଏପର୍ଯ୍ୟନ୍ତ ମିଳିପାରିନାହିଁ । ତେବେ ଭାରତ ପୂର୍ବରୁ ଏକାଧିକ ଥର ଶାନ୍ତି ପାଇଁ ମଧ୍ୟସ୍ଥତା ପ୍ରସ୍ତାବ ଦେଇସାରିଛି ।

ଉଭୟ ରୁଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ଓ ଜେଲେନସ୍କିଙ୍କୁ ଫୋନ କରି ମୋଦୀ କୂଟନୈତିକ ଆଲୋଚନା ପାଇଁ ଆହ୍ବାନ ଜଣାଇଥିଲେ ।

ସେପ୍ଟେମ୍ବର ମାସରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନର ସମ୍ମିଳନୀରେ ମୋଦୀ ପୁଟିନଙ୍କୁ ସାକ୍ଷାତ କରିବା ସହ ଏହା ଯୁଦ୍ଧର ସମୟ ନୁହେଁ ବୋଲି କହିଥିଲେ । ଏହା ପରେ ଅକ୍ଟୋବର ୪ରେ ମୋଦୀ ଜେଲେନସ୍କିଙ୍କୁ ଫୋନ କରି ଏହି ବିବାଦର କୌଣସି ସାମରିକ ସମାଧାନ ନାହିଁ ବୋଲି କହିଥିଲେ ।

 

ସମ୍ବନ୍ଧିତ ଖବର