ୟୁକ୍ରେନ ଆକାଶକୁ ‘ନୋ ଫ୍ଲାଏ ଜୋନ’ ଘୋଷଣା କର, ନୋଚେତ ଆମକୁ ଯୁଦ୍ଧ ବିମାନ ଦିଅ : ଜେଲେନସ୍କି

ଓ୍ବାସିଂଟନ : ଯୁଦ୍ଧଗ୍ରସ୍ତ ୟୁକ୍ରେନର ରାଷ୍ଟ୍ରପତି ଭୋଲଡିମିର ଜେଲେନସ୍କି ଆମେରିକା କଂଗ୍ରେସର ମିଳିତ ସଦନକୁ ସମ୍ବୋଧନ କରିଛନ୍ତି । ଏହି ଅବସରରେ ଆମେରିକୀୟ ସାଂସଦମାନେ ଛିଡ଼ା ହୋଇ ତାଙ୍କୁ ସମ୍ମାନ ଜଣାଇଥିଲେ ।

ନିଜର ଅଭିଭାଷଣରେ ସେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ କହିଛନ୍ତି ଯେ ବିଶ୍ବର ନେତା ହେବା ଅର୍ଥ ଶାନ୍ତିର ନେତୃତ୍ବ କରିବା ।

ସେ କହିଛନ୍ତି ଯେ, ୯-୧୧ ବିଶ୍ବ ବାଣିଜ୍ୟ କେନ୍ଦ୍ର ଆକ୍ରମଣ ଓ ପର୍ଲ ହାର୍ବର ଆକ୍ରମଣବେଳେ ଆମେରିକା ଯେଉଁ ସଂକଟର ସମ୍ମୁଖୀନ ହେଉଥିଲା ୟୁକ୍ରେନ ଏବେ ସେହି ସଂକଟର ସମ୍ମୁଖୀନ ହୋଇଛି । ସେ କହିଛନ୍ତି ରୁଷର ସେନା ଗତ ୨୦ ଦିନରେ ପ୍ରାୟ ୧ ହଜାର ମିସାଇଲ ନିକ୍ଷେପ କରିଛି । ୟୁକ୍ରେନରେ ଫସିରହିଥିବା ସାଧାରଣ ନାଗରିକମାନଙ୍କୁ ଉଦ୍ଧାର କରିବାକୁ ଏହା ଉପରେ ନୋ ଫ୍ଲାଏ ଜୋନ ଘୋଷଣା କରାଯିବା ଉଚିତ । ଯଦି ନୋ ଫ୍ଲାଏ ଜୋନ ଘୋଷଣା କରିବା ସମ୍ଭବ ହେଉନାହିଁ ତେବେ ୟୁକ୍ରେନକୁ ଯୁଦ୍ଧ ବିମାନ ଦିଆଯାଉ ।

ପୂର୍ବରୁ ମଧ୍ୟ ଜେଲେନସ୍କି ୟୁକ୍ରେନ ଆକାଶକୁ ନୋ ଫ୍ଲାଇ ଜୋନ ଘୋଷଣା କରିବାକୁ ଦାବି କରିଆସିଛି । କିନ୍ତୁ ଏହା ଦ୍ବାରା ଯୁଦ୍ଧ ଆହୁରି ବଢିବାର ଆଶଙ୍କା ଥିବାରୁ ଆମେରିକା ଓ ନାଟୋ ଏହାକୁ ପ୍ରତ୍ୟାଖ୍ୟାନ କରିଆସିଛନ୍ତି ।

 

 

ସମ୍ବନ୍ଧିତ ଖବର