ନୂଆଦିଲ୍ଲୀ : ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି ୟୁକ୍ରେନ ପାଇଁ ଅତିରିକ୍ତ ମାନବୀୟ ସହାୟତା ଦେବାକୁ ଅନୁରୋଧ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଖକୁ ଏକ ଚିଠି ଲେଖିଛନ୍ତି। ଭାରତ ଗସ୍ତରେ ଆସିଥିବା ୟୁକ୍ରେନର ଉପବିଦେଶ ମନ୍ତ୍ରୀ ଏମିନେ ଝାପାରୋଭାଙ୍କ ଦ୍ବାରା ବିଦେଶ ରାଷ୍ଟ୍ରମନ୍ତ୍ରୀ ମୀନାକ୍ଷୀ ଲେଖିଙ୍କୁ ଏହି ଚିଠି ଦିଆଯାଇଛି। ୟୁକ୍ରେନ ମଧ୍ୟ ସେପ୍ଟେମ୍ବର ମାସ‌ରେ ହେବାକୁ ଥିବା ଜି-୨୦ ସମ୍ମିଳନୀରେ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କିଙ୍କ ଅଂଶଗ୍ରହଣ ପାଇଁ ଅନୁରୋଧ କରିଛି। କିନ୍ତୁ ଭାରତ ଏନେଇ କିଛି ଜବାବ ରଖିନାହିଁ। ୟୁକ୍ରେନ ମେଡିସିନ ଏବଂ ମେଡିକାଲ ଉପକରଣ ସମେତ ଅତିରିକ୍ତ ମାନବୀୟ ସହାୟତା ପାଇଁ ଅନୁରୋଧ କରିଛି। ୟୁକ୍ରେନକୁ ଅଧିକ ମାନବୀୟ ସହାୟତା ଦେବାପାଇଁ ଭାରତ ପ୍ରତିଶ୍ରୁତି ଦେଇଛି ବୋଲି ‌ଲେଖି ଏକ ଟ୍ବିଟ୍‌ କରି କହିଛନ୍ତି।

Advertisment