କିବ୍ : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁକ୍ରେନ ଗସ୍ତରେ ଯାଇଥିବା ବେଳେ ସେଠାରେ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ତାଙ୍କୁ ସ୍ୱାଗତ କରିଛନ୍ତି । ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଦୁଇ ନେତାଙ୍କ ମଧ୍ୟରେ ବ୍ୟାପକ ସହମତି ହୋଇଛି। ଏହା ସହ ଦୁଇ ଦେଶ ମଧ୍ୟରେ ଅନେକ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ଭାରତ ଓ ଭାରତବାସୀଙ୍କ ପାଇଁ ଏକ ବଡ଼ କଥା କହିଛନ୍ତି। ଭାରତ ନିଜର ଆଭିମୁଖ୍ୟ ବଦଳାଇଲେ ରୁଷିଆ ୟୁକ୍ରେନ ଯୁଦ୍ଧ ଶେଷ ହୋଇପାରେ ବୋଲି ସେ କହିଛନ୍ତି। 

Advertisment

ସାମ୍ବାଦିକ ସମ୍ମିଳନୀରେ ଜେଲେନସ୍କି କହିଛନ୍ତି ଯେ ଯଦି ଭାରତ ଓ ଭାରତୀୟ ଲୋକମାନେ ରୁଷିଆ ପ୍ରତି ନିଜର ଆଭିମୁଖ୍ୟ ବଦଳାଇବେ, ତେବେ ଏହି ଯୁଦ୍ଧ ଶେଷ ହୋଇଯିବ। ନିଜେ ରୁଷରାଷ୍ଟ୍ରପତି ପୁଟିନ୍ ଏହି ଯୁଦ୍ଧ ବନ୍ଦ କରିବାକୁ ବାଧ୍ୟ ହେବେ ବୋଲି ଜେଲେନସ୍କି କହିଛନ୍ତି। ଭାରତ ସହ ବାଣିଜ୍ୟ ପ୍ରସଙ୍ଗରେ ଜେଲେନସ୍କି କହିଛନ୍ତି ଯେ ପ୍ରତିରକ୍ଷା କ୍ଷେତ୍ର କିମ୍ବା ଅନ୍ୟ କୌଣସି କ୍ଷେତ୍ର ପାଇଁ ଆମେ ଭାରତ ସହ ଏକ ବଡ଼ ଚୁକ୍ତି ପାଇଁ ପ୍ରସ୍ତୁତ ଅଛୁ ।

ଏହି ଆଲୋଚନାବେଳେ ମୋଦୀ କହିଥିଲେ ଯେ ଯୁଦ୍ଧ ଦ୍ୱାରା କିଛି ହୋଇନଥାଏ। ଶାନ୍ତି ପାଇଁ ସବୁ ପ୍ରକାର ଉଦ୍ୟମରେ ଭାରତ ସକ୍ରିୟ ଭୂମିକା ଗ୍ରହଣ କରିବ।