କିବ୍ : ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ମସ୍କୋରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିବାକୁ ମନା କରିଦେଇଛନ୍ତି। ଜେଲେନସ୍କି ଏକ ସାକ୍ଷାତକାରରେ କହିଛନ୍ତି, ମୁଁ ଆତଙ୍କବାଦୀଙ୍କ ରାଜଧାନୀ ଯାଇପାରିବି ନାହିଁ, କାରଣ ୟୁକ୍ରେନ ପ୍ରତିଦିନ କ୍ଷେପଣାସ୍ତ୍ର ଆକ୍ରମଣର ସମ୍ମୁଖୀନ ହେଉଛି। ପୁଟିନ ବୈଠକ ପାଇଁ କିବ୍ ଆସିପାରିବେ। ଜେଲେନସ୍କି କହିଛନ୍ତି ଯେ ମସ୍କୋରେ ଆଲୋଚନା ପ୍ରସ୍ତାବ ଦେବା ରୁଷ ଶାନ୍ତି ଆଲୋଚନାରେ ଆଗ୍ରହୀ ନୁହେଁ ବୋଲି ସୂଚିତ କରୁଛି।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜେଲେନସ୍କି ଏବଂ ପୁଟିନଙ୍କ ମଧ୍ୟରେ ମୁହାଁମୁହିଁ ଆଲୋଚନା ପାଇଁ ଚାପ ପକାଉଛନ୍ତି। ଏଥିପାଇଁ ପୁଟିନ ଏବଂ ଟ୍ରମ୍ପ ଗତ ମାସରେ ଆଲାସ୍କାରେ ସାକ୍ଷାତ କରିଥିଲେ। ସେହିପରି ଭାରତ ମଧ୍ୟ ଆଲୋଚନାକୁ ସମର୍ଥନ କରୁଛି ଓ ବିବାଦର କୂଟନୈତିକ ସମାଧାନ ବାହାର କରିବା ଉପରେ ଗୁରୁତ୍ବ ଦେଉଛି ।

ସୂଚନାଯୋଗ୍ୟ ଯେ ଗତ ରାତିରେ ରୁଷ ପକ୍ଷରୁ ୟୁକ୍ରେନ ଉପରେ ପ୍ରାୟ ୮୦୫ଟି କ୍ଷେପଣାସ୍ତ୍ର ଓ ୧୩ଟି ଡ୍ରୋନ ନିକ୍ଷେପ କରାଯାଇଥିଲା । ଏହି ଆକ୍ରମଣରେ ଜଣେ ଶିଶୁ ସମେତ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୮ ଜଣ ଆହତ ହୋଇଥିବା ଜଣାଯାଇଛି। ଏହା ଫଳରେ ସ୍ଥିତି ଆହୁରି ଜଟିଳ ହୋଇଛି ।