ୱାସିଂଟନ୍: ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି ଗତକାଲି ହ୍ବାଇଟ୍ ହାଉସ୍ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବାପରେ ଅତ୍ୟନ୍ତ ଅପ୍ରତ୍ୟାଶିତ ଘଟଣା ଦେଖବାକୁ ମିଳିଥିଲା ଏବଂ ଉଭୟଙ୍କ ଆଲୋଚନା ଅତି ତିକ୍ତତା ଭିତରେ ଶେଷ ହୋଇଥିଲା। ଆଜି ଜେଲେନସ୍କି ମାମଲାକୁ ଶାନ୍ତ କରିବା ପାଇଁ ପୁଣି ଥରେ ଆମେରିକାର ସହାୟତା ଲୋଡ଼ିଛନ୍ତି ଏବଂ ଏହା ୟୁକ୍ରେନ ପାଇଁ ଜରୁରି ବୋଲି କହିଛନ୍ତି। ଏହା ସହିତ ଆମେରିକାର ପ୍ରସ୍ତାବିତ ଖଣିଜ ଚୁକ୍ତି କରିବା ପାଇଁ ସେ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି। ଟ୍ରମ୍ପ ପ୍ରଶାସନର କଠୋର ଆଭିମୁଖ୍ୟ ଦେଖି ଜେଲେନସ୍କି ଆଜି ମାମଲା ଶାନ୍ତ କରିବାକୁ ପ୍ରୟାସ କରିଛନ୍ତି।
‘ୟୁକ୍ରେନ ପାଇଁ ଆମେରିକାର ସହାୟତା ଜରୁରି’
ଅସ୍ତ୍ର ଯୋଗାଣ ବନ୍ଦ ପାଇଁ ଟ୍ରମ୍ପଙ୍କ ପଦକ୍ଷେପ
ତେବେ ଆମେରିକା ଖଣିଜ ଚୁକ୍ତି ନେଇ କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହିଁ। ଉଭୟ ନେତାଙ୍କ ମଧ୍ୟରେ ତିକ୍ତତାପୂର୍ଣ୍ଣ ବୈଠକ ହେବାର କିଛି ଘଣ୍ଟା ପରେ ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି କହିଛନ୍ତି, ଆମେରିକା ସହ ତାଙ୍କ ସମ୍ପର୍କରେ ଏବେ ବି ସୁଧାର ହୋଇପାରିବ। ୟୁକ୍ରେନ ରୁଷ୍ ସେନା ବିରୋଧରେ ଲଢ଼ିବାପାଇଁ ଆାମେରିକାର ସାହାଯ୍ୟ ଅତ୍ୟନ୍ତ ଜରୁରୀ। ଟ୍ରମ୍ପଙ୍କ ପସନ୍ଦର ନ୍ୟୁଜ୍ ଚ୍ୟାନେଲ୍ ଫକ୍ସ ନ୍ୟୁଜ୍ ଇଣ୍ଟରଭ୍ୟୁରେ ଜେଲେନସ୍କି କହିଛନ୍ତି, ଆମର ରୁଷ୍ ବିରୋଧୀ ଲଢ଼େଇ ଆମେରିକାର ସମର୍ଥନ ବିନା କଷ୍ଟଦାୟକ। ତେବେ ଟ୍ରମ୍ପ ଜେଲେନସ୍କିଙ୍କ ପ୍ରତି କୌଣସି ନରମ ଆଭିମୁଖ୍ୟ ଦେଖାଇନାହାନ୍ତି ଏବଂ ୟୁକ୍ରେନକୁ ତୁରନ୍ତ ଅସ୍ତ୍ର ଯୋଗାଣ ବନ୍ଦ କରିବାକୁ ପଦକ୍ଷେପ ଗ୍ରହଣ କରିଛନ୍ତି।