ଜିନ୍ଦ୍‌ ଉପନିର୍ବାଚନ ୭୫ ପ୍ରତିଶତ ମତଦାନ ୩୧ରେ ଗଣତି

ଜିନ୍ଦ୍,: ହରିୟାଣ ଜିନ୍ଦ୍ ବିଧାନସଭା ଉପନିର୍ବାଚନ ସବୁ ଦଳଙ୍କ ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବା ବେଳେ ଆଜି କଡ଼ା ସୁରକ୍ଷା ମଧ୍ୟରେ ‌ଭୋଟ୍‌ ଗ୍ରହଣ ସଂପୂର୍ଣ୍ଣ ହୋଇଛି। ଏଥିରେ ୭୫ ପ୍ରତିଶତ ଭୋଟର୍‌ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି ଏବଂ ଆସନ୍ତା ୩୧ ତାରିଖ ଦିନ ଭୋଟ୍‌ ଗଣତି ହେବ। ଏପିଲ୍‌ ସୁଦ୍ଧା ଲୋକସଭା ନିର୍ବାଚନ ହେଉଥିବା ବେଳେ ଜିନ୍ଦ୍‌ରେ ବିଜୟ କଂଗ୍ରେସ ଏବଂ ବିଜେପି ପାଇଁ ସମ୍ମାନର ପ୍ରଶ୍ନ ହୋଇଛି । କଂଗ୍ରେସ ନିଜର ଜାତୀୟ ମୁଖପାତ୍ର ରଣଦୀପ ସୁରଜେୱାଲାଙ୍କୁ ଏହି ଆସନରୁ ପ୍ରାର୍ଥୀ କରାଇଥିବା ବେଳେ ବିଜେପି କ୍ରିଷ୍ଣା ଚାନ୍ଦ ମିଦ୍ଧାଙ୍କୁ ପ୍ରାଥୀ କରାଇ କଡ଼ା ଟକ୍କର ଦେିଛି। କ୍ରିଷ୍ଣାଙ୍କ ପିତା ହରି ଚାନ୍ଦ ଏହି ଆସନରେ ଆଇଏନ୍‌ଏଲ୍‌ଡିରୁ ବିଧାୟକ ଥିଲେ। କିନ୍ତୁ ତାଙ୍କ ପରଲୋକ ପରେ କ୍ରିଷ୍ଣା ଚାନ୍ଦ ଦଳ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡ଼ ବିଧାନସଭା ନିର୍ବାଚନରେ କଂଗ୍ରେସର ବିଜୟ ହେଇଥିବାରୁ ଏହି ଧାରାକୁ ବଜାୟ ରଖିବା ପାଇଁ କଂଗ୍ରେସ ଏହି ଆସନରେ ସବୁ ଶକ୍ତି ଖଟାଇଛି।

ସମ୍ବନ୍ଧିତ ଖବର