ନ୍ୟୁୟର୍କ: ଜୋହରାନ୍ ମାମଦାନୀ ଆଜି ନ୍ୟୁୟର୍କ ସିଟିର ମେୟର ଭାବେ ନିର୍ବାଚିତ ହୋଇଛନ୍ତି। ନ୍ୟୁୟର୍କର ପ୍ରଥମ ମୁସଲମାନ ଓ ପ୍ରଥମ ଭାରତୀୟ ବଂଶୋଦ୍ଭବ ମେୟର ଭାବରେ ସେ ଇତିହାସ ରଚିଥିବା ବେଳେ ତାଙ୍କ ବିଜୟ ଭାଷଣରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଆକ୍ରମଣ କରିଛନ୍ତି। ଏକଦା ନିଜକୁ ଟ୍ରମ୍ପଙ୍କ ପାଇଁ ‘ସବୁଠାରୁ ଖରାପ ଦୁଃସ୍ୱପ୍ନ’ ବୋଲି ବର୍ଣ୍ଣନା କରିଥିବା ଡେମୋକ୍ରାଟିକ୍ ସମାଜବାଦୀ ମାମଦାନୀ ରାଷ୍ଟ୍ରପତିଙ୍କୁ ମନେ ପକାଇ ଦେଇଥିଲେ ଯେ ଯେଉଁ ସହର ତାଙ୍କ ବିକାଶରେ ମୁଖ୍ୟ ଭୂମିକା ନେଇଛି, ତାହା ମଧ୍ୟ ତାଙ୍କୁ ପରାସ୍ତ କରିପାରେ। ଆମେରିକା ରାଷ୍ଟ୍ରପତିଙ୍କୁ ଏକ ସିଧାସଳଖ ବାର୍ତ୍ତାରେ ନ୍ୟୁୟର୍କର ମେୟର କହିଛନ୍ତି, ଡୋନାଲ୍ଡ ଟ୍ରମ୍ପ! ମୁଁ ଜାଣେ ଯେ ଆପଣ ଏବେ ଏହି ଦୃଶ୍ୟ ଦେଖୁଛନ୍ତି, ମୋର ଆପଣଙ୍କ ପାଇଁ ଚାରିଟି ଶବ୍ଦ ଅଛି: ‘ଟର୍ଣ୍ଣ ଦ ଭଲ୍ୟୁମ୍ ଅପ୍.’ ରାଜନୈତିକ ଅନ୍ଧକାରର ଏହି ମୁହୂର୍ତ୍ତରେ, ନ୍ୟୁୟର୍କ ଆଲୋକ ହେବ ବୋଲି ସେ ଭରପୂର ଅଡିଟୋରିୟମରେ କହିଛନ୍ତି।
ମାମଦାନୀଙ୍କ ବିପୁଳ ବିଜୟ ଟ୍ରମ୍ପଙ୍କ ଦ୍ୱିତୀୟ ରାଷ୍ଟ୍ରପତିତ୍ୱରେ ତାଙ୍କ ପାଇଁ ଏକ ବହୁତ ବଡ଼ ନିର୍ବାଚନୀ ଝଟ୍କା ହୋଇଛି। ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ନ୍ୟୁୟର୍କ ସହରର ଡେମୋକ୍ରାଟିକ୍ ଗଡ଼ ରିପବ୍ଲିକାନ୍ ଆଡକୁ ଢଳିଥିଲା। ମାମଦାନୀ ଗଣତାନ୍ତ୍ରିକ ସମାଜବାଦୀ ନେତା ଭାବେ ନିଜର ପରିଚୟ ଦେଉଛନ୍ତି। ୨୭ ବର୍ଷୀୟ ସିରିଆର କଳାକାର ରାମା ଦୁୱାଜୀଙ୍କୁ ବିବାହ କରିଥିବା ମାମଦାନୀ କହିଛନ୍ତି, ମୁଁ ଯୁବକ, ମୁଁ ମୁସଲମାନ, ମୁଁ ଜଣେ ଗଣତାନ୍ତ୍ରିକ ସମାଜବାଦୀ ଏବଂ ମୁଁ ଏହି କାରଣ ପାଇଁ କ୍ଷମା ମାଗିବାକୁ ପ୍ରସ୍ତୁତ ନୁହେଁ।
Zohrab Mamdani elected: ଜୋହରାନ୍ ମାମଦାନୀ ନ୍ୟୁୟର୍କ ମେୟର ନିର୍ବାଚିତ
ଜୋହରାନ୍ ମାମଦାନୀ ଆଜି ନ୍ୟୁୟର୍କ ସିଟିର ମେୟର ଭାବେ ନିର୍ବାଚିତ ହୋଇଛନ୍ତି। ନ୍ୟୁୟର୍କର ପ୍ରଥମ ମୁସଲମାନ ଓ ପ୍ରଥମ ଭାରତୀୟ ବଂଶୋଦ୍ଭବ ମେୟର ଭାବରେ ସେ ଇତିହାସ ରଚିଥିବା ବେଳେ....
/sambad/media/media_files/2025/11/06/untitled-18-2025-11-06-07-23-02.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)