ମୁମ୍ବାଇ: ରାତି ୮ଟା ପରେ ଖାଦ୍ୟ ଡେଲିଭର କରିବାକୁ ନେଇ ନିଜର ପ୍ରତିଦ୍ବନ୍ଦ୍ବୀ ସ୍ବିଗିକୁ ଟାର୍ଗେଟ କରିଥିଲା ଜୋମାଟୋ। ଟୁଇଟ କରି ନାଇଟ କର୍ଫ୍ୟୁ ସମୟରେ ସ୍ବିଗି ରାତି ୮ଟା ପରେ ଖାଦ୍ୟ ଡେଲିଭର କରୁଥିବା ଲେଖି ଏନେଇ ମୁମ୍ବାଇ ପୁଲିସଠାରୁ ସ୍ପଷ୍ଟିକରଣ ମାଗିଥିଲେ ଜୋମାଟୋର ସିଇଓ ଦୀପିନ୍ଦର ଗୋଏଲ। ମୁମ୍ବାଇ ପୁଲିସ ଟୁଇଟ କରି ସ୍ପଷ୍ଟିକରଣ ଦେବା ପରେ ନିଜ ଭୁଲ ମାନିବା ସହ ସ୍ବିଗିକୁ କ୍ଷମା ମାଗିଥିଲେ ଦୀପିନ୍ଦର ।
ଦୀପିନ୍ଦର ନିଜ ଟୁଇଟରେ ଲେଖିଥିଲେ ଯେ, “ଜୋମାଟୋ ମୁମ୍ବାଇରେ ଅତ୍ୟାବଶ୍ୟକ ଖାଦ୍ୟ ବିତରଣ ସେବା ରାତି ୮ଟା ପରେ ଯୋଗାଇବା ପାଇଁ ପ୍ରସ୍ତୁତ, କିନ୍ତୁ ଆମେ ଏହା କରୁନାହୁଁ କାରଣ ଆମେ ଆଇନକୁ ପାଳନ କରୁଛୁ। ମୁଁ ଦେଖୁଛି ଆମର ପ୍ରତିଦ୍ବନ୍ଦ୍ବୀ ସ୍ବିଗି ରାତି ୮ଟା ପରେ ମଧ୍ୟ ଖାଦ୍ୟ ବିତରଣ କାର୍ଯ୍ୟ ଜାରି ରଖିଛନ୍ତି। ମୁଁ ମୁମ୍ବାଇ ପୁଲିସକୁ ଅନୁରୋଧ କରୁଛି ଦୟାକରି ଏଠାରେ ଆଗକୁ ଯିବା ପାଇଁ ଆମ ପଥ ସ୍ପଷ୍ଟ କରନ୍ତୁ।
Zomato is prepared to provide the essential food delivery service post 8pm in Mumbai, but we are not doing so because we are abiding by the letter of the law.
I see our competition is continuing to operate post 8pm. I urge @MumbaiPolice to please clarify the way forward here. pic.twitter.com/LFd9qZUmED
— Deepinder Goyal (@deepigoyal) April 14, 2021
ଦୀପିନ୍ଦରଙ୍କ ଟୁଇଟ ପରେ ମୁମ୍ବାଇର ଅତିରିକ୍ତ ମ୍ୟୁନିସିପାଲ କମିସନର ଦୁଇଟି ନୋଟିସ ସେୟାର କରି ଦୀପିନ୍ଦରଙ୍କ ଦ୍ବନ୍ଦ୍ବ ଦୂର କରିଥିଲେ। ଟୁଇଟରେ ଲେଖାଥିଲା ଯେ, “ଜୋମାଟୋ, ସ୍ବିଗି ଇତ୍ୟାଦି ସମସ୍ତ ଅନଲାଇନ୍ ଖାଦ୍ୟ ପ୍ରଦାନକାରୀ କମ୍ପାନି ସପ୍ତାହରେ ୨୪ଘଣ୍ଟା ଘରକୁ ଖାଦ୍ୟ ବିତରଣ କରିପାରିବେ। ରାତି ୮ଟା ପରେ ନାଇଟ କର୍ଫ୍ୟୁ ଲାଗିଲେ ମଧ୍ୟ ଖାଦ୍ୟ ବିତରଣ କାର୍ଯ୍ୟ ଜାରି ରହିବ।
ଅତିରିକ୍ତ ମ୍ୟୁନିସିପାଲ କମିସନରଙ୍କ ଟୁଇଟ ପରେ ଦୀପିନ୍ଦର ଟୁଇଟ କରି ସ୍ବିଗିକୁ କ୍ଷମା ମାଗିଥିଲେ। ଟୁଇଟରେ ଲେଖାଥିଲା ଯେ, ଧନ୍ୟବାଦ। ମୁମ୍ବାଇ, ଆମେ ଆସନ୍ତାକାଲିଠାରୁ ସେବା ଆରମ୍ଭ କରିବୁ। ଆମେ ରାତି ୯ଟା ୫୪ମିନିଟରେ ନୋଟିସ୍ ଗ୍ରହଣ କରିଛୁ। ସ୍ବିଗି ମୁଁ ଦୁଃଖିତ, ଅନ୍ୟ କୌଣସି ବିକଳ୍ପ ନଥିଲା। ମୁଁ ତୁମକୁ ଭଲପାଏ।
Thank you. Mumbai, we are on tomorrow. We have received the notice at 9:54pm. @swiggy_in - I am sorry, had no other choice. I love you ❤️ https://t.co/LbPMNRJL2i
— Deepinder Goyal (@deepigoyal) April 14, 2021