ଚାଇନା କମ୍ପାନୀର ଟଙ୍କା ବିନିଯୋଗକୁ ବିରୋଧ କରି ଫୋନରୁ ଆପ ହଟାଇବା ସହ ୟୁନିଫର୍ମ ପୋଡିଲେ ଜୋମାଟୋର ବିତରଣ କର୍ମଚାରୀ

କୋଲକାତା: ଭାରତ-ଚୀନ ମଧ୍ୟରେ ହୋଇଥିବା ହିଂସାତ୍ମକ ସଂଘର୍ଷରେ ୨୦ଜଣ ଭାରତୀୟ ଯବାନ ସହିଦ ହେବା ପରେ ଏବେ ଚୀନର ସମସ୍ତ ସାମଗ୍ରୀକୁ ବଏକଟ କରିବାକୁ ଦାବି କରାଯାଉଛି | ଭାରତରେ ଅନେକ ଲୋକ ଚୀନ ଦ୍ୱାରା ପ୍ରସ୍ତୁତ ଜିନିଷକୁ ବ୍ୟବହାର କରିବା ବନ୍ଦ କରିଥିବା ବେଳେ ଚାଇନିଜ କମ୍ପାନୀ ଖାଦ୍ୟ ବିତରଣ ଆପ୍ ଜୋମାଟୋରେ ଟଙ୍କା ବିନିଯୋଗ କରୁଥିବା ନେଇ ବିବାଦ ଆରମ୍ଭ ହୋଇଛି | ଏ ନେଇ ଜୋମାଟୋର ଅନେକ ବିତରଣ କର୍ମଚାରୀ ଚୀନର ପୁଞ୍ଜି ବିନିଯୋଗକୁ ବିରୋଧ କରି ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି | ଏହା ସହ ଜୋମାଟୋର ଟି-ସାର୍ଟକୁ ନିଆଁ ଲଗାଇ ଦେଇଥିବା ଜଣା ପଡିଛି |

ଘଟଣାଟି ଘଟିଛି ଦକ୍ଷିଣ କୋଲକାତାରେ | ଦକ୍ଷିଣ କୋଲକାତାର ବେହାଲା ପୁଲିସ ଷ୍ଟେସନ ବାହାରେ ହାତରେ ତ୍ରିରଙ୍ଗା ପତାକା ଧରି “ଚାଇନାର ଏଜେଣ୍ଟ ଜୋମାଟୋ ଭାରତ ଛାଡୁ” ବୋଲି କହି ଡେଲିଭରି ଏଜେଣ୍ଟ କମ୍ପାନୀର ୟୁନିଫର୍ମ ପୋଡିଥିବା ଖବର ସାମ୍ନାକୁ ଆସିଛି |

Zomato Employees Burn Company T-Shirts In Protest Over Ladakh Stand-Off
ndtv

ସୂଚନା ମୁତାବକ, ୨୦୧୮ରେ, ଚାଇନାର ପ୍ରମୁଖ କମ୍ପାନୀ ଅଲିବାବାର ଏକ ଅଂଶ ଆଣ୍ଟ ଫାଇନାନ୍ସିଆଲ୍ ୧୪.୭ ପ୍ରତିଶତ ଅଂଶଧନ ପାଇଁ ଜୋମାଟୋରେ ୨୧୦ମିଲିୟନ ଡ଼ଲାର ବିନିଯୋଗ କରିଥିଲା | ଭାରତ-ଚୀନ ବିବାଦ ପରେ ମଧ୍ୟ ଜୋମାଟୋ ଚୀନ କମ୍ପାନୀ ଆଣ୍ଟ ଫାଇନାନ୍ସିଆଲକୁ ବଏକଟ କରିନଥିବାରୁ ଡେଲିଭରି କର୍ମଚାରୀମାନେ ଏହାର ବିରୋଧ କରିବା ଆରମ୍ଭ କରିଥିଲେ। ଆନ୍ଦୋଳନ କରୁଥିବା କର୍ମଚାରୀଙ୍କ କହିବା ମୁତାବକ, ଆଜି ଆମେ ଜୋମାଟୋ ଛାଡିଛୁ ଏବଂ ଆଶା କରୁଛୁ ଗ୍ରାହକମାନେ ମଧ୍ୟ ଏହି କମ୍ପାନୀକୁ ବଏକଟ କରିବେ।

ଏହି ନିଷ୍ପତ୍ତି ସେମାନଙ୍କର ଜୀବିକା ପ୍ରତି ବିପଦ ସୃଷ୍ଟି କରିବ କି ବୋଲି ପଚରାଯିବାରୁ ବିକ୍ଷୋଭକାରୀମାନେ କହିଛନ୍ତି ଯେ, ସେମାନେ ଦେଶ ପାଇଁ ଭୋକିଲା ରହିବାକୁ ଇଚ୍ଛୁକ କିନ୍ତୁ ବିଶ୍ୱାସଘାତକତା କରିବେ ନାହିଁ। “ଚାଇନିଜମାନେ ଆମ ଦେଶର କମ୍ପାନୀରେ ଟଙ୍କା ଲଗାଇ ଲାଭ ପାଉଛନ୍ତି | ଏବଂ ପରେ ସେହି ଟଙ୍କା ବ୍ୟବହାର କରି ଆମର ସୈନିକମାନଙ୍କୁ ହତ୍ୟା କରୁଛନ୍ତି | ଯଦି ଆମର ସୈନିକମାନେ ସୁରକ୍ଷିତ ନୁହଁନ୍ତି, ତେବେ ଆମେ କିପରି ସୁରକ୍ଷିତ ହୋଇପାରିବା? ତେଣୁ ଆମେ ଜୋମାଟୋକୁ ବଏକଟ କରିବୁ | ଆମ ମଧ୍ୟରୁ ୫୦-୬୦ଜଣ କର୍ମଚାରୀ ଆଜି ଜୋମାଟୋ ଆପକୁ ଫୋନରୁ ହଟାଇଦେଇଛୁ |

ସମ୍ବନ୍ଧିତ ଖବର