ନୂଆଦିଲ୍ଲୀ: ଅନଲାଇନ୍ ଖାଦ୍ୟ ମଗାଉଥିବା ଗ୍ରାହକଙ୍କୁ ଫୁଡ ଡେଲିଭରି ପ୍ଲାଟଫର୍ମ ଜୋମାଟୋ ଝଟକା ଦେଇଛି । ଏଣକି ଜୋମାଟୋରୁ ଖାଦ୍ୟ ମଗାଇଲେ ପ୍ରତି ଅର୍ଡର ପିଛା ୫ ଟଙ୍କା ଅତିରିକ୍ତ ଶୁଳ୍କ ଗ୍ରାହକଙ୍କୁ ଦେବାକୁ ପଡ଼ିବ। ଏହା ବ୍ୟତୀତ କମ୍ପାନି ଇଣ୍ଟରସିଟି ଲିଜେଣ୍ଡସ୍ ସେବାକୁ ମଧ୍ୟ ବନ୍ଦ କରିଦେଇଛି । ଜୋମାଟୋ ଆପରେ ଆଉ ଲିଜେଣ୍ଡସ୍ ଟ୍ୟାବ କାମ କରୁନାହିଁ ।
ସୂଚନାଯୋଗ୍ୟ, ଅନଲାଇନ ଫୁଡ ଡେଲିଭରି ପ୍ଲାଟଫର୍ମ ଜୋମାଟୋ ନିଜର ପ୍ଲାଟଫର୍ମ ଶୁଳ୍କକୁ ୨୫ ପ୍ରତିଶତ ବୃଦ୍ଧି କରି ପ୍ରତି ଅର୍ଡର ପିଛା ୫ଟଙ୍କା ବଢ଼ାଇ ଦେଇଛି। ଏହି କ୍ରମରେ ଦେଖିବାକୁ ଗଲେ ଅଗଷ୍ଟ ୨୦୨୩ ରେ ଜୋମାଟୋ ନିଜ ପ୍ଲାଟଫର୍ମ ଫି ୨ଟଙ୍କା କରିଥିଲା । ଏହା ପରେପରେ କମ୍ପାନି ନିଜର ମାର୍ଜିନରେ ସୁଧାର ଆଣିବା ସହିତ ଅଧିକ ଲାଭ ପାଇବା ଆଶାରେ ପ୍ଲାଟଫର୍ମ ଫିକୁ ୩ ଟଙ୍କାକୁ ବୃଦ୍ଧି କରିଥିଲା। ଏହି ଶୁଳ୍କ ଜାନୁଆରି ୧ରେ ପୁଣି ବୃଦ୍ଧି ପାଇ ୪ ଟଙ୍କାରେ ପହଞ୍ଚିଥିବା ବେଳେ ଏହା ଏବେ ୫ଟଙ୍କାରେ ପହଞ୍ଚି ଯାଇଛି।
ଜୋମାଟୋର ଏହି ବିର୍ଦ୍ଧିତ ଶୁଳ୍କ ସମସ୍ତ ସହର ପାଇଁ ଲାଗୁ କରାଯାଇନାହିଁ। ଏଣିକି ପ୍ରତି ଅର୍ଡରରେ ୫ଟଙ୍କା ଫିସ୍ ବୃଦ୍ଧି କରି କମ୍ପାନି ଅତିରିକ୍ତ ୮୫ ରୁ ୯୦ କୋଟି ଟଙ୍କା ପାଇବ ବୋଲି ଆଶା କରାଯାଉଛି । ଏହା ବ୍ୟତୀତ କମ୍ପାନିର ଏବିଟା ମଧ୍ୟ ପ୍ରାୟ ୫ ପ୍ରତିଶତ ବୃଦ୍ଧି ପାଇବ ବୋଲି କୁହାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/04/a6a27022-5b58-4fc6-83b7-372ec81f8483.jpg)