ନୂଆଦିଲ୍ଲୀ: ବେଲଜିୟମରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ଏକ ସିମ୍ପାଞ୍ଜି ପ୍ରେମରେ ପଡ଼ି ଯାଇଥିଲେ। ଶେଷରେ ଦୁଇଜଣଙ୍କୁ ଅଲଗା କରିବା ପାଇଁ ପ୍ରାଣୀ ଉଦ୍ୟାନର କର୍ମଚାରୀମାନେ ମହିଳାଙ୍କୁ ପ୍ରାଣୀ ଉଦ୍ୟାନ ଆସିବାକୁ ବାରଣ କରିଥିଲେ।

Advertisment

ପ୍ରକାଶିତ ରିପୋର୍ଟ ମୁତାବକ, ବେଲଜିୟମର ଆଣ୍ଟୱର୍ପ ପ୍ରାଣୀ ଉଦ୍ୟାନରେ ଏକ ସିମ୍ପାଞ୍ଜି ବସବାସ କରେ। ଏହି ପ୍ରାଣୀ ଉଦ୍ୟାନରେ ଏଡି ଟିମରମେନ୍ସ ନାମକ ଜଣେ ମହିଳା ସିମ୍ପାଞ୍ଜିକୁ ଭେଟିବାକୁ ଆସୁଥିଲେ। ଏହି ସିମ୍ପାଞ୍ଜିକୁ ଭେଟିବାବେଳେ ମହିଳା ଜଣକ ତାକୁ ଭଲ ପାଇ ବସିଥିଲେ। ଏହା ପରେ ସେ ପ୍ରତି ସପ୍ତାହରେ ସିମ୍ପାଞ୍ଜିକୁ ଭେଟିବାକୁ ଆସିବା ଆରମ୍ଭ କରିଥିଲେ। ଏପରି ଭାବେ ସେ ୪ବର୍ଷ କାଳ ସିମ୍ପାଞ୍ଜିକୁ ଲଗାତାର ଭେଟିବାକୁ ଆସୁଥିଲେ।

ସିମ୍ପାଞ୍ଜି ମଧ୍ୟ ମହିଳାଙ୍କ ପ୍ରେମରେ ପଡ଼ି ଯାଇଥିଲା। ଏହାପରେ ଯେତେବେଳେ ବି ମହିଳା ପ୍ରାଣୀ ଉଦ୍ୟାନକୁ ଆସୁଥିଲେ ସିମ୍ପାଞ୍ଜି ତାର ସମସ୍ତ ସାଥୀମାନଙ୍କୁ ଛାଡି ତାଙ୍କ ପାଖକୁ ଚାଲି ଆସୁଥିଲା । ଏହାପରେ ଦୁହେଁ ପରସ୍ପରକୁ ଚୁମ୍ବନ ଦେବା ଆରମ୍ଭ କରିଥିଲେ। ଗତ କିଛି ସପ୍ତାହ ଧରି ଏପରି ଚାଲି ଆସୁଥିଲା। ତେବେ ବର୍ତ୍ତମାନ ମହିଳାଙ୍କୁ ପ୍ରାଣୀ ଉଦ୍ୟାନକୁ ଆସିବା ବନ୍ଦ କରାଯାଇଛି।

ଏହି ଘଟଣାକୁ ନେଇ ମହିଳା ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏହାପରେ ସେ ନିଜ ପ୍ରତିକ୍ରିୟା ପାଇଁ ଗଣମାଧ୍ୟମର ସାହାଯ୍ୟ ନେଇଥିଲେ।  ଏ ପ୍ରସଙ୍ଗରେ ପ୍ରାଣୀ ଉଦ୍ୟାନର କର୍ମଚାରୀମାନେ କହିଛନ୍ତି, ସିମ୍ପାଞ୍ଜି ଠାରୁ ମହିଳାଙ୍କୁ ଅଲଗା କରିବା ପାଇଁ ଆମେ ବାଧ୍ୟ ହୋଇଥିଲୁ। କାରଣ ଏହା ସିମ୍ପାଞ୍ଜିର ହିତ ପାଇଁ କରାଯାଇଛି। ସିମ୍ପାଞ୍ଜି ଯଦି ମଣିଷର ଅତି ନିକଟତର ହୋଇଯାଏ, ତେବେ ତାର ସାଥୀ ସିମ୍ପାଞ୍ଜିମାନେ ‌ତାକୁ ଆଉ ଦଳରେ ମିଶାନ୍ତି ନାହିଁ।