‘ଟିକ-ଟକ’କୁ ପଛରେ ପକାଇ ସର୍ବଭାରତୀୟ ସ୍ତରରେ ସର୍ବାଧିକ ଡାଉନଲୋଡ୍ ହୋଇଥିବା ଆପ ବନିଲା ‘ଜୁମ୍’, ସପ୍ତମ ସ୍ଥାନରେ ରହିଛି ‘ଆରୋଗ୍ୟ ସେତୁ’ ଆପ

ନୂଆଦିଲ୍ଲୀ: ‘ଜୁମ୍’ ଭିଡିଓ ସେୟାରିଂ ଆପ୍ ‘ଟିକ-ଟକ’କୁ ପଛରେ ପକାଇ ସର୍ବଭାରତୀୟ ସ୍ତରରେ ସର୍ବାଧିକ ଡାଉନଲୋଡ୍ ହୋଇଥିବା ଆପ୍ ଭାବରେ ଉଭା ହୋଇଛି ବୋଲି ମୋବାଇଲ୍ ଆପ୍ ଡାଉନଲୋଡ୍ ଉପରେ ନଜର ରଖିଥିବା ସେନ୍ସର ଟାୱାର ଦ୍ୱାରା ପ୍ରକାଶିତ ସର୍ବଶେଷ ରିପୋର୍ଟରେ କୁହାଯାଇଛି।

ଯୁକ୍ତରାଷ୍ଟ୍ରର ଆଧାରିତ ଭିଡିଓ କନଫରେନ୍ସିଂ ଆପ୍ ‘ଜୁମ’କୁ ଏପ୍ରିଲରେ ୧୩୧ନିୟୁତ ଜଣ ଇନଷ୍ଟଲ କରିଥିବା ଜଣା ପଡିଛି। ସୂଚନାଯୋଗ୍ୟ, ଏପ୍ରିଲ ମାସରେ ଭାରତରେ ଏହି ଆପର ସର୍ବାଧିକ ଡାଉନଲୋଡ୍ ସଂଖ୍ୟା ୧୮.୨% ରହିଥିବା ବେଳେ ଆମେରିକାରେ ୧୪.୩% ରହିଥିଲା। ‘ଜୁମ୍’ ଆପର ଡାଉନଲୋଡ୍ ସଂଖ୍ୟାରେ ବୃଦ୍ଧି ଘଟିଥିଲେ ମଧ୍ୟ ସେହି ମାସରେ ଭାରତ ସରକାର ଏହାର ସୁରକ୍ଷା ଏବଂ ଗୋପନୀୟତାକୁ ନେଇ ଚିନ୍ତା ପ୍ରକଟ କରିବା ସହ ଏହାକୁ ଭିଡିଓ କନଫରେନ୍ସିଂ ପାଇଁ ଏକ ସୁରକ୍ଷିତ ପ୍ଲାଟଫର୍ମ ନୁହେଁ ବୋଲି କହିଥିଲେ।

କୋଭିଡ-୧୯ ମହାମାରୀର ସଂକ୍ରମଣକୁ ରୋକିବା ପାଇଁ ବିଶ୍ୱବ୍ୟାପୀ ଲକଡାଉନ୍ ଚାଲିଥିବା ବେଳେ ଜୁମ୍ ଆପର ଡାଉନଲୋଡ୍ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି | ଏହି ବର୍ଷର ପ୍ରଥମ ତ୍ରୟୀମାସିକରେ ‘ଜୁମ୍’ ଭାରତରୁ ସର୍ବାଧିକ ଡାଉନଲୋଡ୍ ରେକର୍ଡ କରିଛି | ମାର୍ଚ୍ଚରେ ୧୧୫.୨ନିୟୁତରୁ ଅଧିକ ଇନଷ୍ଟଲ୍ ସହିତ ଟିକ୍ ଟକ୍ ସର୍ବାଧିକ ଡାଉନଲୋଡ୍ ହୋଇଥିବା ଆପ୍ ଥିଲା | କିନ୍ତୁ ଜୁମ ୧ନମ୍ବରକୁ ଆସିବା ପରେ ଏପ୍ରିଲରେ ୧୦୭ମିଲିୟନ୍ ଇନଷ୍ଟଲ୍ ରେକର୍ଡ କରି ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲା ଟିକ୍ ଟକ୍ ​​|

Aarogya Setu app now mandatory for all central govt employees
Entrackr

ସେହିଭଳି ଭାରତର କୋଭିଡ୍ -୧୯ ଯୋଗାଯୋଗ ଅନୁସନ୍ଧାନ ପାଇଁ ବ୍ୟବହାର ହେଉଥିବା ‘ଆରୋଗ୍ୟ ସେତୁ’ ଆପ ଏପ୍ରିଲରେ ଡାଉନଲୋଡ୍ ହୋଇଥିବା ଶ୍ରେଷ୍ଠ ୧୦ ଆପ ତାଲିକାରେ ସ୍ଥାନ ପାଇଥିବା ବେଳେ ସପ୍ତମ ସ୍ଥାନରେ ରହିଥିବା ଜଣା ପଡିଛି | ସରକାର ପ୍ରୋତ୍ସାହନ ଦେବା ସହ ଏହାକୁ ସରକାରୀ ତଥା ବେସରକାରୀ କ୍ଷେତ୍ରର କର୍ମଚାରୀଙ୍କ ପାଇଁ ବାଧ୍ୟତାମୂଳକ କରିବା ପରେ ଡାଉନଲୋଡ୍ ସଂଖ୍ୟାରେ ବୃଦ୍ଧି ଘଟିଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର