ନୂଆଦିଲ୍ଲୀ: ଲୋକପ୍ରିୟ ଗାୟକ ଏବଂ ଅଭିନେତା ଜୁବିନ ଗର୍ଗଙ୍କ ସେପ୍ଟେମ୍ବର ୧୯ ତାରିଖରେ ମୃତ୍ୟୁ ହୋଇଯାଇଥିଲା। କିଛି ରିପୋର୍ଟରେ ଦାବି କରାଯାଇଥିଲା ଯେ ଗାୟକଙ୍କ ମୃତ୍ୟୁ ହୃଦଘାତରେ ହୋଇଥିଲା।
ଜୁବିନ ଗର୍ଗଙ୍କ ମୃତ୍ୟୁ ପରେ ତାଙ୍କ ପରିଚାଳକ ସିଦ୍ଧାର୍ଥ ଏବଂ ମହୋତ୍ସବର ଆୟୋଜକଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଥିଲା। ସିଦ୍ଧାର୍ଥଙ୍କ ବିରୋଧରେ ଲୋକେ କରୁଥିବା ଅଭିଯୋଗକୁ ଜୁବିନ ଗର୍ଗଙ୍କ ପତ୍ନୀ ଖଣ୍ଡନ କରିବା ସହିତ ତାଙ୍କ ସମର୍ଥନରେ ବାହାରି ପ୍ରଶଂସକମାନଙ୍କୁ ଗାୟକଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବାକୁ ଅନୁମତି ଦେବା ପାଇଁ ଅନୁରୋଧ କରିଥିଲେ।
ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ପ୍ରକାଶ କରିଛନ୍ତି ଯେ ସିଙ୍ଗାପୁର ହାଏ କମିଶନ ଏବଂ ସିଙ୍ଗାପୁର ହାଇକୋର୍ଟ ଜୁବିନ ଗର୍ଗଙ୍କ ମୃତ୍ୟୁ ପ୍ରମାଣପତ୍ର ଜାରି କରିଛନ୍ତି, ଯେଉଁଥିରେ ମୃତ୍ୟୁର କାରଣ "ବୁଡ଼ିଯିବା" ହେତୁ ହୋଇଥିବା ଉଲ୍ଲେଖ କରାଯାଇଛି।
ଯେହେତୁ ଗାୟକଙ୍କ ମୃତ୍ୟୁ ସିଙ୍ଗାପୁରରେ ହୋଇଥିଲା ତେଣୁ ମାମଲାଟି ସିଙ୍ଗାପୁର ପୁଲିସ ତଦନ୍ତ କରିବ। ଆସାମ ସରକାର ଗାୟକଙ୍କ ମୃତ୍ୟୁ ଷଡ଼ଯନ୍ତ୍ର କରି କରାଯାଇଥିବା ନେଇ ହୋଇଥିବା ଅଭିଯୋଗର ତଦନ୍ତ କରିବ।"
ଉତ୍ତର ପୂର୍ବ ଭାରତ ମହୋତ୍ସବର ପ୍ରତିଷ୍ଠାତା ଶ୍ୟାମକାନୁ ମହନ୍ତ ଏବଂ ଗର୍ଗଙ୍କ ଦୀର୍ଘକାଳୀନ ପରିଚାଳକ ସିଦ୍ଧାର୍ଥ ଶର୍ମାଙ୍କ ବିରୋଧରେ ମୋଟ ୫୪ଟି ମାମଲା ରୁଜୁ ହୋଇଛି। ଅଭିଯୋଗକାରୀଙ୍କ ବୟାନ ରେକର୍ଡ କରାଯାଇଛି। ରେକର୍ଡ ମାମଲାଗୁଡ଼ିକ ସିଆଇଡି ପାଖରେ ଅଛି।