୧୨ ବର୍ଷରୁ ୧୮ ବର୍ଷର ପିଲାଙ୍କ ପାଇଁ ଟିକା ଆସିବାକୁ ହୋଇପାରେ ଆଉ କିଛି ଦିନ ବିଳମ୍ବ

ଗାନ୍ଧୀନଗର: ଗୁଜୁରାଟସ୍ଥିତ ଫାର୍ମାସ୍ୟୁଟିକାଲ କମ୍ପାନି ଜାଇଡସ କାଡିଲା ପିଲାମାନଙ୍କ ପାଇଁ ପ୍ରସ୍ତୁତ କରୁଥିବା କରୋନା ଟିକା ଜାଇକୋଭି-ଡିକୁ ଭାରତରେ ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ମିଳିବାକୁ ଆଉ କିଛି ସମୟ ଲାଗିପାରେ । କମ୍ପାନ ଜୁଲାଇ ୧ ତାରିଖରେ ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଡିସିଜିଆଇକୁ ଅନୁମତି ମାଗିଥିଲା । କମ୍ପାନି ପକ୍ଷରୁ ଭାରତର ୫୦ରୁ ଅଧିକ କେନ୍ଦ୍ରରେ ୨୮ ହଜାର ଲୋକଙ୍କ ଉପରେ କ୍ଲିନିକାଲ ପରୀକ୍ଷଣ କରାଯାଇଛି । ପରୀକ୍ଷଣ ପରେ ପ୍ରସ୍ତୁତ କରାଯାଇଥିବା ଅନ୍ତରୀଣ ଡାଟାରେ ଏହା ସୁରକ୍ଷିତ ଓ କରୋନା ପ୍ରତିରୋଧକାରୀ ବୋଲି କୁହାଯାଇଛି ।

ଡାଟା ମୁତାବକ ଜବକୋଭି-ଡି ୧୨ ରୁ ୧୮ ବର୍ଷର ପିଲାମାନଙ୍କ ପାଇଁ ସୁରକ୍ଷିତ । କମ୍ପାନି ପକ୍ଷରୁ ପ୍ରତିବର୍ଷ ୧୨ କୋଟି ଟିକା ଉତ୍ପାଦନ ପାଇଁ ଲକ୍ଷ୍ୟ ରହିଛି । ଯଦି ଏହି ଟିକାକୁ ଭାରତରେ ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ମିଳୁଛି ତେବେ ଏହା ବିଶ୍ୱର ପ୍ରଥମ ଡିଏନଏ ଆଧାରିତ ଟିକା ଓ ଭାରତରେ ୫ମ ଟିକା ଭାବେ ଲୋକମାନଙ୍କଠାରେ ବ୍ୟବହାର ହେବ । ଜାଇଡସ ପକ୍ଷରୁ କୁହାଯାଇଛି କି କୋଭିଡର ନୂଆ ସ୍ୱରୂପ ଉପରେ ଏହା ବେସ୍ ପ୍ରଭାବଶାଳୀ ରହିବ। କୋଭାକ୍ସିନ ପରେ ଜାଇକୋଭି-ଡି ଭାରତରେ ଦ୍ୱିତୀୟ ବିକଶିତ ଟିକା । ଜାଇକୋଭି-ଡି ଟିକା ଲୋକଙ୍କଠାରେ ୩ ଟି ପର୍ଯ୍ୟାୟରେ ଦିଆଯିବ   । ଏହି ଟିକାର ପ୍ରଥମ ଖୋରାକ ନେବାର ୨୮ ଦିନ ପରେ ଦ୍ୱିତୀୟ ଓ ୫୬ ଦିନ ପରେ ତୃତୀୟ ଖୋରାକ ନେବାକୁ ହେବ ।

ଡିସିଜିଆଇ ୨୦୨୦ ଜୁଲାଇ  ମାସରେ ଜଇଡସ କାଡିଲାର ଟିକାକୁ ମାନବ ପରୀକ୍ଷଣ ପାଇଁ ଅନୁମତି ଦେଇଥିଲା । ସେହି ସମୟରେ କମ୍ପାନି ପକ୍ଷରୁ କୁହାଯାଇଥିଲା କି ଜାଇକୋଭି-ଡି ୨୦୨୧ ଜୁନ ମାସ ସୁଦ୍ଧା ବଜାରରେ ଉପଲବ୍ଧ ହେବ ।

ସମ୍ବନ୍ଧିତ ଖବର