ନୂଆଦିଲ୍ଲୀ: ଆସୁଛି ଜାଇଡସ କ‌ାଡ଼ିଲା ଟିକା। ଅହମ୍ମଦାବାଦସ୍ଥିତ ଜାଇଡସ କାଡିଲାର ତିନି-ଡୋଜ୍ ବିଶିଷ୍ଟ କରୋନା ଟିକା ଜାଇକୋଭ-ଡିକୁ ଏହି ସପ୍ତାହରେ ବିଶେଷଜ୍ଞ କମିଟି ତରଫରୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିବ ବୋଲି ସୂତ୍ରରୁ ପଡ଼ିଛି।

Advertisment

ଏହି ଟିକାକୁ ଅନୁମତି ମିଳିଲେ ଭାରତ କରୋନା ସହ ଲଢ଼ୁଥିବା ଲଢ଼େଇ ଆହୁରି ସହଜ ହେବ। ଗତମାସରେ ରାଜ୍ୟସଭାରେ ବିବୃତି ଦେଇ  କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିଆ କହିଥିଲେ ଯେ, ଜାଇଡସ କାଡିଲା ଦ୍ୱାରା ବିକଶିତ ଜାଇକୋଭ-ଡି ଭାରତର ପ୍ରଥମ ଡିଏନ୍ଏ ଟିକା ହେବ ଏବଂ ୭ କୋଟି ଡୋଜ ଉପଲବ୍ଧ ହେବ ବୋଲି ଆଶା କରାଯାଉଛି। ଜାଇକୋଭ-ଡି ହେଉଛି ଏକ ଡିଏନଏ ପ୍ଲାସିମଡ଼ ଟିକା, ଯାହା ଭୂତାଣୁର ଡିଏନଏ କିମ୍ବା ଆରଏନଏର ଏକ ଅଂଶକୁ ବ୍ୟବହାର କରିଥାଏ |

BREAKING: Zydus Cadila Applies For Emergency Use Nod From DCGI For Launch of Its Covid Vaccine For 12+ Age India.com

ତେବେ ଜାଇଡସ କାଡିଲା ୧୨ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଟିକା ଦେବା ପାଇଁ କମ୍ପାନୀ ଜରୁରୀକାଳୀନ ବ୍ୟବହାର ପାଇଁ ଆବେଦନ କରିଥିଲା। ଏବେ ସମସ୍ତ ପରୀକ୍ଷା ରିପୋର୍ଟ ଦେଖିବା ପରେ ଜାଇକୋଭ-ଡିକୁ ଶୀଘ୍ର ବ୍ୟବହାର ପାଇଁ ଅନୁମତି ଦେବାକୁ ଯୋଜନା କରାଯାଉଥିବା ନେଇ ସୂଚନା ମିଳିଛି।