୫ ବର୍ଷରୁ ଅଧିକ ବୟସର ପିଲାମାନଙ୍କ ଠାରେ କରୋନା ଟିକା ପରୀକ୍ଷଣ ପାଇଁ ଜାଇଡସ୍ କାର୍ଡିଲାର ଯୋଜନା

ନୂଆଦିଲ୍ଲୀ : ଭାରତୀୟ ଫାର୍ମାସୁଟିକାଲ କମ୍ପାନି ଜାଇଡସ୍ କାର୍ଡିଲା ୫ବର୍ଷରୁ ଉର୍ଦ୍ଧ୍ବ ବୟସର ପିଲାମାନଙ୍କ ଶରୀରରେ ନିଜର କରୋନା ଟିକା ‘ଜାଇକୋଭ-ଡି’ ର କ୍ଲିନିକାଲ ପରୀକ୍ଷଣ ଆରମ୍ଭ କରିବାକୁ ଯୋଜନା କରୁଛି ।
କମ୍ପାନିର ପରିଚାଳନା ନିର୍ଦ୍ଦେଶକ ସର୍ବିଲ ପଟେଲ କହିଛନ୍ତି ଯେ ଯଦି ଔଷଧ ନିୟାମକଙ୍କ ଅନୁମତି ମିଳେ, ତେବେ ପାଞ୍ଚ ବର୍ଷରୁ ଅଧିକ ବୟସର ପିଲାମାନଙ୍କ ଶରୀରରେ ଏହି ଟିକାର କ୍ଲିନିକାଲ ପରୀକ୍ଷଣ ଆରମ୍ଭ କରାଯିବ ।
ଜାଇକୋଭ-ଡି ଏବେ ଭାରତୀୟ ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ)ଙ୍କ ଅନୁମୋଦନ ଅପେକ୍ଷାରେ ରହିଛି । ୧୨ ବର୍ଷରୁ ଅଧିକ ବୟସର ପିଲାମାନଙ୍କୁ ଏହି ଟିକା ଦେବାକୁ କମ୍ପାନି ଅନୁମୋଦନ ମାଗିଛି । ଏହା ପୂର୍ବରୁ କମ୍ପାନି ନିଜର ୨ୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷଣର ଫଳାଫଳ ଡିସିଜିଆଇଙ୍କ ନିକଟରେ ଦାଖଲ କରିସାରିଛି । ଏହା ସହିତ କମ୍ପାନି ନିଜର ୩ୟ ପର୍ଯ୍ୟାୟ ପରୀକ୍ଷଣରେ ସାମିଲ ଥିବା ପ୍ରାୟ ୧ ହଜାର କିଶୋର କିଶୋରୀ (୧୨ ବର୍ଷରୁ ଅଧିକ ୧୮ ବର୍ଷରୁ କମ)ଙ୍କ ପରୀକ୍ଷଣ ତଥ୍ୟ ମଧ୍ୟ ଦାଖଲ କରିଛି ।
ଏବେ ସାରା ବିଶ୍ବରେ ୧୨ ବର୍ଷରୁ କମ ବୟସର ପିଲାମାନଙ୍କ ପାଇଁ କୌଣସି କରୋନା ଟିକା ଉପଲବ୍ଧ ନାହିଁ ।

ସମ୍ବନ୍ଧିତ ଖବର