ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦେଶାଳୟର ସମ୍ଭାବ୍ୟ ଗିରଫଦାରିକୁ ଆଉ ଦୁଇ ଦିନ ଘୁଞ୍ଚାଇ କାର୍ତ୍ତି ଚିଦାମ୍ବରମ୍ଙ୍କୁ ଆଜି ଦିଲ୍ଲୀ ହାଇକୋର୍ଟ ଆଉ ଦୁଇ ଦିନ ଆଶ୍ୱସ୍ତି ଦେଇଛନ୍ତି। ତାଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ ମାର୍ଚ ୨୨ ଯାଏ ଗିରଫ କରି ପାରିବ ନାହିଁ।
ଆଇଏନ୍ଏକ୍ସ ମିଡିଆ ଦୁର୍ନୀତି ମାମଲାରେ କାର୍ତ୍ତିଙ୍କୁ ସିବିଆଇ ଏବଂ ପ୍ରବର୍ତ୍ତନ ନିର୍ଦେଶାଳୟ ତରଫରୁ ପଚରାଉଚୁରା କରାଯାଉଛି। ମାର୍ଚ ୯ ତାରିଖରେ ଦିଲ୍ଲୀ ହାଇକୋର୍ଟ ମାର୍ଚ ୨୦ ତାରିଖ ଯାଏଁ ଗିରଫଦାରି ଘୁଞ୍ଚାଇ ଦେଇଥିଲା।
ମାର୍ଚ ପ୍ରଥମ ସପ୍ତାହରେ କାର୍ତ୍ତିଙ୍କୁ ସିବିଆଇ ଗିରଫ କରି ଟ୍ରାଏଲ୍ କୋର୍ଟରେ ହାଜର କରାଇବା ପରେ ଏବେ ହାଜରେ ରଖାଯାଇଛି।
ଆଜି ଦିଲ୍ଲୀ ହାଇକୋର୍ଟ ଆଦେଶ ଦେଇଛନ୍ତି: ସିବିଆଇ ମାମଲାରେ ଯଦି ତାଙ୍କୁ ଟ୍ରାଏଲ୍ କୋର୍ଟ ଜାମିନ ମଞ୍ଜୁର କରନ୍ତି ତେବେ ଆସନ୍ତା ମାର୍ଚ ୨୨ ଯାଏଁ ପ୍ରବର୍ତ୍ତନ ନିର୍ଦେଶାଳୟ ତାଙ୍କୁ ଗିରଫ କରି ପାରିବ ନାହିଁ।
ଗତକାଲି ପ୍ରବର୍ତ୍ତନ ନିର୍ଦେଶାଳୟ ଓ ସିବିଆଇ ଦିଲ୍ଲୀ ହାଇକୋର୍ଟର ଶୁଣାଣି ଉପରେ ସୁପ୍ରିମ୍ କୋର୍ଟରେ ଚାଲେଞ୍ଜ୍ କରିଛନ୍ତି। ଦିଲ୍ଲୀ ହାଇକୋର୍ଟରୁ ଆଶ୍ୱସ୍ତି ପାଇବାକୁ ସେ ଆଇନ୍ର ଅପବ୍ୟବହାର କରିଛନ୍ତି।