ନୂଆଦିଲ୍ଲୀ: ଗୋଟିଏ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଆଇଏସଆଇଏସ କବଜାରେ ଥିବା କେରଳ ପାଦ୍ରୀ ଟମ୍ ଉଜନାଲିଲ୍ ଆଜି ଭାରତରେ ପହଞ୍ଚିଛନ୍ତି। ଭାରତରେ ପହଞ୍ଚିବାପରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଶମା ସ୍ୱରାଜଙ୍କୁ ଭେଟିବା ସହ ତାଙ୍କୁ ମୁକୁଳାଇବାରେ ସେମାନଙ୍କର ରହିଥିବା ଅବଦାନ ପାଇଁ ଧନ୍ୟବାଦ ଜଣାଇଛନ୍ତି। ସେପ୍ଟେମ୍ବର ୧୨ ତାରିଖରେ ଫାଦର ଟମ୍ଙ୍କୁ ଆଇଏସଆଇଏସ କବଳରୁ ମୁକ୍ତ କରାଯାଇଥିଲା। କ୍ୟାଥୋଲିକ୍ ପାଦ୍ରୀ ଟମ୍ଙ୍କୁ ୟେମେନରୁ ଆଇଏସଆଇଏସ ମାନେ ଅପହରଣ କରିନେଇଥିଲେ। ଗତ ମେ’ ମାସରେ ଜାରି ହୋଇଥିବା ଏକ ଭିଡିଓରେ ଦେଖିବାକୁ ମିଳିଥିଲା ଯେ, ଟମ୍ ସାହାଯ୍ୟ ପାଇଁ ଅନୁରୋଧ କରିଥିଲେ ଏବଂ କହିଥିଲେ ଯେ ସେମାନେ ମୋତେ ଭଲ ବ୍ୟବହାର ଦେଖାଉଛନ୍ତି ଏବଂ ମୋ ଉପରକୁ ଆଦୌ ବନ୍ଧୁକ ଦେଖାଇନାହାନ୍ତି କିନ୍ତୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲନଥିଲା ଏବଂ ତାଙ୍କର ଚିକିତ୍ସାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ। ଅପହରଣକାରୀମାନେ ମଧ୍ୟ ସେମାନଙ୍କ ଦାବି ସମ୍ପର୍କରେ ଭାରତ ସରକାରଙ୍କୁ ଅବଗତ କରାଇଥିବା ସେ କହିଥିଲେ। ତାଙ୍କୁ ମୁକୁଳାଇବାରେ ସେ ତାଙ୍କ ପରିବାର ସଦସ୍ୟଙ୍କର ମଧ୍ୟ ସହଯୋଗ ଲୋଡ଼ିଥିଲେ। ତେବେ ଜୁଲାଇ ମାସରେ ବିଦେଶ ମନ୍ତ୍ରୀ ସୁଶମା ସ୍ୱରାଜ ଏହି ମାମଲାରେ ହସ୍ତକ୍ଷେପ କରି ୟେମେନ ଉପ ପ୍ରଧାନମନ୍ତ୍ରୀଙ୍କ ସହ ଫାଦର ଟମ୍ଙ୍କୁ ମୁକୁଳାଇବାକୁ ନେଇ ଆଲୋଚନା ଆରମ୍ଭ କରିଥିଲେ। ଫାଦର ଟମ୍ଙ୍କୁ ମୁକ୍ତ କରିବାପାଇଁ କୌଣସି ପ୍ରକାର ମୂଲ୍ୟ ଦିଆଯାଇନଥିବା ଜଣାଯାଇଛି। ତେବେ ଏଥିପାଇଁ ସୁଶମା ନିରବ ଭାବେ ତାଙ୍କ କାର୍ଯ୍ୟ ଚଳାଇ କାର୍ଯ୍ୟଟିକୁ ସମ୍ପାଦନ କରିଥିଲେ। ଫାଦର ଟମ୍ ଆସନ୍ତା ରବିବାର ଦିନ କୋଟାୟୁମ୍ରେ ତାଙ୍କ ଘର ରାମପୁରମ ଅଭିମୁଖେ ଯିବେ ଏବଂ ପରେ ମଙ୍ଗଳବାର ଦିନ ସେ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନଙ୍କୁ ଭେଟିବେ।
ଆଇଏସ୍ କବଳରୁ ମୁକୁଳିବା ପରେ ସ୍ୱଦେଶ ଫେରିଲେ କେରଳ ପାଦ୍ରୀ
/sambad/media/post_attachments/wp-content/uploads/2017/09/fr-tom.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)