ଶ୍ରୀନଗର : ବିଏସଏଫ ଯବାନ ରାମିଜ ପାରେ ଛୁଟି କାଟିବାପାଇଁ ଘରକୁ ଆସିଥିଲେ। କିନ୍ତୁ ଜାଣିନଥିଲେ ଏହା ତାଙ୍କ ଜୀବନର ଶେଷ ଛୁଟି ହେବ। କନଷ୍ଟେବଳ ରାମିଜଙ୍କୁ ତାଙ୍କ ଘରେ ହିଁ କିଛି ଆତଙ୍କବାଦୀ ଗୁଳି କରି ହତ୍ୟା କରିଛନ୍ତି। ଜମ୍ମୁ କଶ୍ମୀରର ବନ୍ଦିପୁରା ଜିଲ୍ଲାରେ ହଜିନ୍ରେ ଏହି ଦୁର୍ଘଟଣା ଘଟିଛି। ଜେକେ ପୁଲିସ ଡିଜି ଏସ ବି ବୈଦ କହିଛନ୍ତି ଯେ ୩ରୁ ୪ ଜଣ ଆତଙ୍କବାଦୀ ବିଏସଏଫ କନଷ୍ଟେବଳଙ୍କ ଘର ମଧ୍ୟକୁ ପ୍ରବେଶ କରି ତାଙ୍କୁ ଘୋଷାଡି ଘୋଷାଡି ବାହାରକୁ ଆଣି ଗୁଳି କରି ହତ୍ୟା କରିଛନ୍ତି। ୩୩ ବର୍ଷିୟ ପାରେଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା ଏବଂ ତାଙ୍କ ପରିବାରର ଅନ୍ୟ ୩ ଜଣ ସଦସ୍ୟ ଗୁଳିମାଡ଼ରେ ଆହତ ହୋଇ ଶ୍ରୀନଗର ଚିିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। କନଷ୍ଟେବଳ ରମିଜ ଅହମଦ ପାରେ ୭୩ ବାଟାଲିଅନର ଜଣେ ବିଏସଏଫ ଯବାନ। ଘରକୁ ଛୁଟି କାଟିବାକୁ ଆସିଥିବାବେଳେ ତାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ତେବେ ଏହି ଘଟଣା ପ୍ରଥମ ଥର ନୁହେଁ ଚଳିତ ବର୍ଷ ମେ’ରେ ଜଣେ ଯୁବ କଶ୍ମୀରୀ ସେନା ଅଫିସର ଲେଫ୍ଟନାଣ୍ଟ୍ ଉମର-ଫୟଜ ଘରକୁ ଛୁଟି କାଟିବାକୁ ଆସିଥିବା ସମୟରେ ସେ ଏକ ବିବାହ ଉତ୍ସବକୁ ଯୋଗ ଦେବାକୁ ଯାଉଥିବା ସମୟରେ ଆତଙ୍କବାଦୀମାନେ ତାଙ୍କୁ ଅପହରଣ କରି ହତ୍ୟା କରିଥିଲେ। ଜୁନ୍ରେ ମଧ୍ୟ ଜମ୍ମୁ କଶ୍ମୀରର ଡେପୁଟି ସୁପରିନଟେଣ୍ଡେଣ୍ଟ୍ ମହମ୍ମଦ ଆୟୁବ ପଣ୍ଡିତଙ୍କୁ ଶ୍ରୀନଗରର ଜାମିଆ ମସଜିଦ୍ ନିକଟରେ କିଛି ବିଶୃଙ୍ଖଳ ଜନତା ପିଟିପିଟି ହତ୍ୟା କରିଥିଲେ। ତେବେ ପାରେଙ୍କୁ କେଉଁ ଆତଙ୍କବାଦୀ ତେବେ ଉତ୍ତର କଶ୍ମୀରର ପୁଲିସ ଆଇଜି ନୀତୀଶ କୁମାର କହିଛନ୍ତି ଯେ ଲସ୍କର ଇ ତଇବାର ମହମ୍ମଦ ଭାଇ ଏବଂ ତା’ର ସହଯୋଗୀମାନେ ଏହି ଆକ୍ରମଣ ଘଟାଇଛନ୍ତି।
ଆତଙ୍କବାଦୀଙ୍କ ଗୁଳିରେ ଯବାନ ସହିଦ
/sambad/media/post_attachments/wp-content/uploads/2017/09/download-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)