ନୂଆଦିଲ୍ଲୀ: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧିଙ୍କ ପାଖକୁ ସୋମବାର ଆମ୍ବ ଭେଟି ପଠାଇଛନ୍ତି।
ହାସିନାଙ୍କ ଏହି ଆମ୍ବ କୂଟନୀତି ନୂଆ ନୁହେଁ। ଅତୀତରେ ମଧ୍ୟ ସେ ଢାକାରୁ ଭାରତୀୟ ବନ୍ଧୁ ତଥା ନେତାମାନଙ୍କ ପାଖକୁ ଆମ୍ବ ଓ ମାଛ ଆଦି ପଠାଇଛନ୍ତି।

Advertisment

ଚଳିତବର୍ଷ ହିମସାଗର ଓ ଲେଙ୍ଗଡ଼ା ଆମ୍ବ ମଧ୍ୟ ସେ ସୋନିଆ ଗାନ୍ଧିଙ୍କ ପାଖକୁ ପଠାଇଥିଲେ, ଯାହାଙ୍କ ସହ ତାଙ୍କର ପୁରୁଣା ବନ୍ଧୁତା ରହିଛି। ଆମ୍ବ କୂଟନୀତି ମାଧ୍ୟମରେ ସେ ଭାରତ ସହ ସମ୍ପର୍କ ବଢ଼ାଇବାକୁ ଚାହୁଥିବା ଜଣାପଡ଼ିଛି।