ଜାକର୍ତ୍ତା : ଇଣ୍ଡୋନେସିଆର ପଶ୍ଚିମ ପ୍ରଦେଶରେ ୬.୦ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ଏଥିରେ ବହୁ ଘରଦ୍ବାର ଓ କୋଠା ଭାଙ୍ଗିଥିବା ଦେଶର ପାଣିପାଗ ବିଭାଗ ସୂଚନା ଦେଇଛି। ପାଣିପାଗ ବିଭାଗ ଶୁକ୍ରବାର ପ୍ରଥମେ ୬.୪ ତୀବ୍ରତାର ଭୂକମ୍ପ ହୋଇଛି ବୋଲି କହିଥିଲା, ଯାହାକୁ ପରେ ସଂଶୋଧନ କରିଛି ବୋଲି ବିଭାଗର ମୁଖ୍ୟ ଦ୍ବିକୋରିତା କର୍ଣ୍ଣାବତୀ କହିଛନ୍ତି।
ଶୁକ୍ରବାର ସ୍ଥାନୀୟ ସମୟ ସନ୍ଧ୍ୟା ୭ଟା ୫୭ରେ ଭୂକମ୍ପ ଅନୁଭୂତ ହୋଇଥିଲା। ବନ୍ତୁଲ ଜିଲ୍ଲାର ୮୬ କିମି ଉତ୍ତରପଶ୍ଚିମରେ ସମୁଦ୍ରଶଯ୍ୟାର ୨୫ କିମି ତଳେ ଥିଲା ଭୂକମ୍ପର କେନ୍ଦ୍ର। ତେବେ ଏହାଦ୍ବାରା ସୁନାମି ସୃଷ୍ଟି ହୋଇ ନାହିଁ। କେନ୍ଦ୍ରୀୟ ଜାଭା, ପୂର୍ବ ଜାଭା ଓ ଆଖପାଖ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଥିଲା। ଏଥିରେ ବନ୍ତୁଲ ଜିଲ୍ଲାରେ ବହୁ ଲୋକଙ୍କ ଘରଦ୍ବାର ଭାଙ୍ଗିଛି ଏବଂ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଯୋଗ୍ୟକର୍ତ୍ତା ପ୍ରଦେଶର ଏକ ହସ୍ପିଟାଲ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଉପକୂଳ ଅଞ୍ଚଳରେ ଅଳ୍ପବହୁତ କ୍ଷତି ଘଟିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।