ନୂଆଦିଲ୍ଲୀ: ୫ଟି ରାଜ୍ୟର ବିଧାନସଭା ଲାଗି ମତଦାନ ଶେଷ ହେବା ପରେ ଏକ୍‌ଜିଟ୍‌ ପୋଲ୍‌ ଆରମ୍ଭ ହୋଇଛି। ଇଣ୍ଡିଆ ଟୁଡେ-ଆକ୍ସିସ ମାଇଁ ଇଣ୍ଡିଆ ଏକ୍‌ଜିଟ୍‌ ପୋଲ ମଧ୍ୟପ୍ରଦେଶରେ କଂଗ୍ରେସ ଓ ବିଜେପି ମଧ୍ୟରେ କଡା ମୁକାବିଲା ହେବ ବୋଲି ସୂଚନା ଦେଇଛି। ଏଥିସହ କଂଗ୍ରେସ ଫାଇଦାରେ ରହିବ ବୋଲି ସ୍ପଷ୍ଟ ସଂକେତ ଆସିଛି।

Advertisment

୨୩୦ ସଦସ୍ୟ ବିଶିଷ୍ଟ ମଧ୍ୟପ୍ରଦେଶ ବିଧାନସଭାରେ କଂଗ୍ରେସ ୧୦୪ରୁ ୧୨୨ ଆସଲ ଲାଭ କରିବ ବୋଲି ଅନୁମାନ କରାଯାଉଛି। ସେହିପରି ବିଜେପି ୧୦୨ରୁ ୧୨୦ ମଧ୍ୟରେ ଆସନ ପାଇବ ବୋଲି ସୂଚିତ ହୋଇଛି।

ଏହି ଦୃଷ୍ଟିରୁ ବିଚାର କଲେ ସରକାର ଗଠନ ଲାଗି ୧୧୬ ଆସନ ଦରକାର ହେଉଥିବା ବେଳେ ଏକ୍‌ଜିଟ୍‌ ପୋଲ ଅନୁଯାୟୀ ଉଭୟ କଂଗ୍ରେସ ଓ ବିଜେପି ଏହି ସଂଖ୍ୟା ହାସଲ କରିବା ସ୍ଥିତିରେ ଅଛନ୍ତି ବୋଲି ସଂକେତ ମିଳିଛି। ଏଣୁ ମଧ୍ୟପ୍ରଦେଶରେ କଡା ଟକ୍କର ମଧ୍ୟରେ ଦୁଇ ରାଷ୍ଟ୍ରୀୟ ଦଳ ଗତିକରିବେ।

ଯଦି ଏହି ଭଳି ଫଳାଫଳ ହୁଏ ତେବେ ସରକାର ଗଠନ ଲାଗି କଂଗ୍ରେସ ଓ ବିଜେପିଙ୍କୁ କଠିନ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ। ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ୍‌ଙ୍କୁ ପୁଣି ଥରେ ସରକାର ଗଠନ କରିବା ଲାଗି ସହଜ ସାଧ୍ୟ ହେବ ନାହିଁ । ଏହି ଦୃଷ୍ଟିରୁ କଂଗ୍ରେସ ଫାଇଦାରେ ରହିଥିବା ସ୍ପଷ୍ଟ ହୋଇଛି।