ଜାତିସଂଘ(ଏଜେନ୍ସି): ସମ୍ପ୍ରତି ସାରା ବିଶ୍ବ ମହାମାରୀ କରୋନାର ମୁକାବିଲା ପାଇଁ ଅହର୍ନିଶ ଉଦ୍ୟମ ଜାରି ରଖିଥିବା ବେଳେ ଜାତି ସଂଘ ସୁରକ୍ଷା ପରିଷଦର ଅଧ୍ୟକ୍ଷ ଥିବା ଚୀନ୍ ଏବେ ଜାତିସଂଘରେ କାଶ୍ମୀର ପ୍ରସଙ୍ଗ ଉଠାଇ ପୁଣି ବିବାଦ ଛିଡ଼ା କରିଛିା ତେବେ ଭାରତ ଏଥିରେ ନିଜର କ୍ଷୋଭ ପ୍ରକାଶ କରିବା ସହ କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଥିଲା ଏବଂ ରହିଥିବ ବୋଲି କହି ଚୀନ୍କୁ ମୁହଁତୋଡ଼ ଜବାବ ଦେଇଛିା ଜାତିସଂଘରେ ଚୀନ୍ର ସ୍ଥାୟୀ ମୁଖପାତ୍ର ଗୁରୁବାର କହିଥିଲେ ଯେ ଜାତିସଂଘ ସୁରକ୍ଷା ପରିଷଦର କାର୍ଯ୍ୟସୂଚୀରେ କାଶ୍ମୀର ପ୍ରସଙ୍ଗ ହିଁ ପ୍ରମୁଖ ବିଷୟବସ୍ତୁ ହୋଇ ରହିଛି ଏବଂ ଅଧ୍ୟକ୍ଷ ହିସାବରେ ଚୀନ୍ ଏହାକୁ ଅତି ସତର୍କତାର ସହ ଅନୁଧ୍ୟାନ କରୁଛିା ତେବେ ଚୀନ୍ର ଏଭଳି ଆଭିମୁଖ୍ୟରେ ଭାରତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛିା ଜବାବରେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହଛନ୍ତି ଯେ, ଚୀନ୍ ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ଅଯଥାରେ ମୁଣ୍ତ ନଖେଳାଇ ଏହାର ସାର୍ବଭୌମ୍ୟ ଏବଂ କ୍ଷେତ୍ରୀୟ ଅଖଣ୍ତତାକୁ ସମ୍ମାନ ଦେବା ଉଚିତା ଏଥି ସହିତ ଜାମ୍ମୁ କାଶ୍ମୀରବାସୀଙ୍କ ପାଇଁ ଦୁବିର୍ଷହର କାରଣ ସାଜିଥିବା ସୀମାପାର ଆତଙ୍କବାଦକୁ ଚୀନ୍ ଅନୁଭବ କରି ତାହାକୁ ନିରୁତ୍ସାହିତ କରିବା ମଧ୍ୟ ଭାରତ ଆଶା କରୁଛିା ସେହିପରି କାଶ୍ମୀର ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗା ଏହା କୌଣସି କାରଣରୁ ଇତିହାସରେ ଏକ ଅନାହୂତ ବିବାଦ ଭାବେ ବିବେଚିତ ହୋଇଆସିଛି ଯାହାର ଶାନ୍ତିପୂର୍ଣ ସମାଧାନ ଜରୁରୀା କାଶ୍ମୀର ବାବଦରେ ଭାରତର ଆଭିମୁଖ୍ୟ ଚୀନ୍କୁ ଭଲଭାବେ ଜଣା ଏବଂ ଏ ସଂକ୍ରାନ୍ତ କୌଣସି ବି ପ୍ରସଙ୍ଗ ଭାରତର ଆଭ୍ୟନ୍ତରୀଣ ବ୍ୟାପାର ବୋଲି ଶ୍ରୀ ଶ୍ରୀବାସ୍ତବ ସ୍ପଷ୍ଟ କରିଛନ୍ତିା ସ୍ମରଣଯୋଗ୍ୟ, ଗତବର୍ଷ ଅଗଷ୍ଟ ପ୍ର୍ରଥମ ସପ୍ତାହରେ ଭାରତ ଜାମ୍ମୁ କାଶ୍ମୀରକୁ ପ୍ରଦତ୍ତ ସ୍ବତନ୍ତ୍ର କ୍ଷମତା ହଟାଇନେବା ସହ ରାଜ୍ୟକୁ ଦୁଇଟି କେନ୍ଦ୍ରଶାସିତ ଅଳ ଭାବେ ଘୋଷଣା କରିବା ପରେ ଚୀନ୍ ଏହାକୁ ଏକ ପ୍ରସଙ୍ଗ କରି ଜାତିସଂଘରେ ଉଠାଇଛିା
ଜାତିସଂଘରେ ଚୀନ୍କୁ ଭାରତର ମୁହଁତୋଡ଼ ଜବାବ
/sambad/media/post_attachments/wp-content/uploads/2020/04/india-china.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)