ଲକ୍ଷ୍ନୌ : ହରିୟାଣାର ବାବା ଗୁରୁମିତ ରାମ ରହିମ ଏବଂ ରାଜସ୍ଥାନରେ ଫଳାହାରି ବାବାଙ୍କ ପରେ ଏବେ ଉତ୍ତରପ୍ରଦେଶର ବାବା ସିୟା ରାମ ଦାସଙ୍କ ପାଳି। ଆତ୍ମଘୋଷିତ ଧର୍ମଗୁରୁ ବାବା ଶିୟା ରାମ ଦାସଙ୍କୁ ଦୁଷ୍କର୍ମ ମାମଲାରେ ପୁଲିସ ଗିରଫ କରି ଜେରା କରୁଛି। ଉଦାସିନ ଆଖଡ଼ା ନାମକ ଏକ ହିନ୍ଦୁ ସାଧୁ ଏବଂ ସନ୍ଥମାନଙ୍କର ଏକ ଆଖଡ଼ା ସହ ସେ ଜଡ଼ିତ ବୋଲି ବିଶ୍ୱାସ କରାଯାଏ। କିନ୍ତୁ ଆଖଡା ପରିଷଦର ମୁଖ୍ୟ ମହେନ୍ଦ୍ର ଗିରି ଏହି ଦାବିକୁ ଖଣ୍ଡନ କରି କହିଛନ୍ତି ଯେ ସେ ଜଣେ ଭଣ୍ଡ ବାବା ଏବଂ ଉଦାସିନ ଆଖଡ଼ା ସହ ତାଙ୍କର କୌଣସି ପ୍ରକାର ସମ୍ପୃକ୍ତି ନାହିଁ। ପୁଲିସ ସୂତ୍ରରୁ ପ୍ରକାଶ ଯେ ପୀଡିତା ଜଣଙ୍କୁ ତାଙ୍କର ଜଣେ ସମ୍ପର୍କୀୟ ୮ ମାସ ପୂର୍ବେ ୫୦,୦୦୦ ଟଙ୍କାରେ ବାବାଙ୍କ ଜଣେ ମହିଳା ଭକ୍ତଙ୍କୁ ବିକ୍ରି କରିଦେଇଥିଲେ। ପୀଡିତା ତାଙ୍କ ଚାକିରି ହରାଇଦେଇଥିବାରୁ ତାଙ୍କୁ ଚାକିରି ଲୋଭ ଦେଖାଇ ସେ ବାବାଙ୍କ ସ୍କୁଲ୍ରେ ଚାକିରି ପାଇବେ ବୋଲି ସମ୍ପର୍କିୟ ଜଣକ ପ୍ରତିଶ୍ରୁତି ଦେଇଥିଲେ। ବାବାଙ୍କର ସିତାପୁର ଜିଲ୍ଲାଠାରୁ ୨୫ କିମି ଦୂରରେ ମିଶରିଖ ଆଶ୍ରମରେ ୨୫୦ ଏକର ପରିସରର ଏକ ଆଶ୍ରମ ରହିଛି। ସେ ମଧ୍ୟ ଏକ ମହିଳା ବିଦ୍ୟାଳୟର ପରିଚାଳନା କରୁଛନ୍ତି। ତାଙ୍କ ମହିଳା ଭକ୍ତ ମିଣ୍ଟୁ ସିଂ ସ୍କୁଲ୍ର ପ୍ରିନ୍ସିପାଲ ରହିଛନ୍ତି। ପୀଡିତାଙ୍କୁ ଉକ୍ତ ପ୍ରିନ୍ସିପାଲ ପ୍ରଥମେ ଲକ୍ଷ୍ନୌ, ଫଇଜାବାଦ୍ ଏବଂ ବାରା ବାଙ୍କିରେ ବାବାଙ୍କ ଆଶ୍ରମକୁ ନେବାପରେ ଶେଷରେ ମିଶରିଖକୁ ନେଇଥିଲେ। ମିଶରିଖରେ ଥିବା ମହିଳା ବିଦ୍ୟାଳୟରେ ତାଙ୍କୁ ଚାକିରି ମିଳିବାର ପ୍ରତିଶ୍ରୁତି ଦିଆଯାଇଥିଲା କିନ୍ତୁ ସେହିଠାରେ ହିଁ ବାବା ତାଙ୍କ ସହ ଦୁଷ୍କର୍ମ କରିଥିଲେ ଏବଂ ଏହାକୁ ଏମଏମଏସ ରେକର୍ଡିଂ କରି ରଖିଥିଲେ। ପାଟି ଖୋଲିବାକୁ ବାବା ଧମକ ଦେଇଥିଲେ। ଦୁଷ୍କର୍ମ ପରେ ପୀଡିତାଙ୍କୁ ପୁଣିଥରେ ଆଗ୍ରା ଆଶ୍ରମକୁ ପଠାଯାଇଥିଲା ଏବଂ ସେଠାରେ ତାଙ୍କୁ ଆହୁରି ଅନେକ ଲୋକ ଦୁଷ୍କର୍ମ କରିଥିବା ସେ କହିଛନ୍ତି। ୮ମାସ ପରେ ମିଶରିଖ ଆଶ୍ରମକୁ ଆସିବାପରେ ମଧ୍ୟ ବାବା ପୁଣି ତାଙ୍କସହ ଦୁଷ୍କର୍ମ କରିଥିଲେ। କିନ୍ତୁ କୌଶଳକ୍ରମେ ସେ ଆଶ୍ରମରୁ ପୁଲିସ ନିକଟକୁ ଫୋନ୍ କରି ସମସ୍ତ ଘଟଣା ସମ୍ପର୍କରେ ଜଣାଇ ଦେଇଥିଲେ। ସିତାପୁର ଏସଏସପି ଏମପି ସିଂହ କହିଛନ୍ତି ଯେ ପୀଡିତା ଜଣଙ୍କର ଫୋନ୍ କଲ୍ ପାଇବାରେ ମିଶରିଖ ପୁଲିସ ବାବାଙ୍କ ଆଶ୍ରମରୁ ତାଙ୍କୁ ଉଦ୍ଧାର କରିଛନ୍ତିି ଏବଂ ପୀଡିତାଙ୍କ ବୟାନ ଅନୁଯାୟୀ ପୁଲିସ ବାବା ସିୟା ରାମ ଦାସଙ୍କୁ ଗିରଫ କରିଛି। ବାବା ତାଙ୍କ ସ୍କୁଲ୍ ମାଧ୍ୟମରେ ଆଶ୍ରମରେ ସେକ୍ସ ର୍ୟାକେଟ୍ ଚଲାଇଥିବା ପୀଡିତା ଜଣକ କହିଛନ୍ତି। ବାବାଙ୍କ ସ୍କୁଲ୍ରେ ଅଧ୍ୟୟନ କରୁଥିବା ଅଧିକାଂଶ ଝିଅଙ୍କୁ ଦୁଷ୍କର୍ମ କରାଯାଇଛି କିନ୍ତୁ ସେମାନେ ବାବାଙ୍କ ବିରୋଧରେ ସେମାନଙ୍କ ପାଟି ଖୋଲିବାକୁ ସାହସ କରୁନାହାନ୍ତି। ବାବାଙ୍କ ଭକ୍ତମାନେ ଉକ୍ତ ବିଦ୍ୟାର୍ଥୀମାନଙ୍କ ଏମଏମଏସ ପ୍ରସ୍ତୁତ କରିଥିବା ସେ କହିଛନ୍ତି। ଏହି ଝିଅମାନଙ୍କୁ ମଧ୍ୟ ରାଜନେତା ଏବଂ ବ୍ୟୁରୋକ୍ରାଟ୍ ମାନଙ୍କୁ ଯୋଗାଇ ଦିଆଯାଉଥିବା ସେ କହିଛନ୍ତି। ପୀଡିତାଙ୍କ ସମସ୍ତ ବୟାନ ରେକର୍ଡ କରାଯିବାପରେ ସିତାପୁର ପୁଲିସ ବାବାଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ ବାବା ଗିରଫ ହେବାପରେ ସଫେଇ ଦେଇଛନ୍ତି ଯେ ସେ ଉକ୍ତ ଝିଅଙ୍କୁ କେବେ ଦେଖିନାହାନ୍ତି ଏବଂ ତାଙ୍କ ବିରୋଧରେ ଆସିଥିବା ଏହି ଅଭିଯୋଗ ସମ୍ପୂର୍ଣ୍ଣ ରୂପେ ମିଛ।
ଦୁଷ୍କର୍ମ ମାମଲାରେ ୟୁପିରେ ଆଉ ଜଣେ ସନ୍ଥ ସିୟାରାମ ଦାସ ଗିରଫ
/sambad/media/post_attachments/wp-content/uploads/2017/09/fraud-godman-from-up.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)