ଭୋପାଳ: ନିକଟରେ ସରିଥିବା ଲୋକସଭା ନିର୍ବାଚନରେ ବିଜେପି ବିପୁଳ ବିଜୟ ହାସଲ କରିଛି | ଭୋପାଳରୁ କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂଙ୍କୁ ପରାଜୟର ସ୍ୱାଦ ଚାଖିବାକୁ ପଡିଥିଲା | ତେବେ ଦିଗବିଜୟ ଜିତିବା ନେଇ ଦାବି କରିଥିବା ବାବା ବୈରାଗ୍ୟନନ୍ଦ ଗିରି ମହାରାଜ ଓରଫ ମିଃର୍ଚି ବାବା ଭାଙ୍ଗିପଡିଛନ୍ତି | ନିଜର ମିଛ ଦାବିର ପର୍ଦ୍ଦାଫାଶ ପରେ ଏବେ ସମାଧି ନେବାକୁ ଚାହିଁଛନ୍ତି ବାବା | ଭୋପାଳ ଜିଲ୍ଲାପାଳଙ୍କୁ ଚିଠି ଲେଖି ସେ ସମାଧି ନେବାକୁ ଚାଁହୁଥିବାର ଦର୍ଶାଇଛନ୍ତି |
MyNation Hindiତେବେ ଜିଲ୍ଲାପାଳ ତାଙ୍କର ଏହି ଅନୁରୋଧକୁ ଖାରଜ କରିଦେଇଛନ୍ତି | ଏଠାରେ ସୂଚନା ଥାଉ କି ଦିଗବିଜୟଙ୍କ ପାଇଁ ମିଃର୍ଚି ବାବା ଯଜ୍ଞ କରିବା ସହ ଘୋଷଣା କରିଥିଲେ ଯେ ଯଦି ଦିଗବିଜୟ ନିର୍ବାଚନରେ ନ ଜିତନ୍ତି ତେବେ ସେ ସମାଧି ନେଇଯିବେ | ଏହି ନିର୍ବାଚନରେ ବିଜେପି ପ୍ରାର୍ଥୀ ପ୍ରଜ୍ଞା ସିଂ ଠାକୁର ୩ ଲକ୍ଷରୁ ଅଧିକ ଭୋଟରେ ଦିଗବିଜୟଙ୍କୁ ପରାସ୍ତ କରିଥିଲେ |
/sambad/media/post_attachments/wp-content/uploads/2019/02/digvijay-singh-300x225.jpg)
ଏହାପରେ ବାବାଙ୍କ ସମାଧିକୁ ନେଇ ପ୍ରଶ୍ନ ଉଠିଥିଲା | ବାବା କିଛିଦିନ ପାଇଁ ଗାୟବ ହୋଇଯାଇଥିବାବେଳେ ୧୩ ତାରିଖ ଦିନ ସମାଧି ପାଇଁ ଆବେଦନ କରିଥିଲେ | ଜୁନ ୧୬ରେ ସମାଧି ନେବାକୁ ଅନୁମତି ମାଗିଥିଲେ |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/mirchi-baba.jpg)