ଚଣ୍ଡିଗଡ଼ : କରୋନା ସଂକ୍ରମଣ ବୃଦ୍ଧି ଯୋଗୁଁ ନିର୍ବାଚନ କମିସନ୍ ରୢାଲି ଏବଂ ରୋଡ୍ସୋ’ ବନ୍ଦ କରିଦେଇଛନ୍ତି। ଇତି ମଧ୍ୟରେ ପଂଜାବ କଂଗ୍ରେସ ଭର୍ଚୁଆଲ ଭାବେ ଏହାର ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମ ଆରମ୍ଭ କରିଦେଇଛି। ପଂଜାବ ରାଜ୍ୟ କଂଗ୍ରେସ ଦ୍ବାରା ଗଢ଼ାଯାଇଥିବା ସୋସିଆଲ ମିଡିଆ ୱାର୍ ରୁମ୍ରେ ୧୦ ହଜାରରୁ ଅଧିକ ହ୍ବାଟ୍ସଆପ ଗ୍ରୁପ୍ ରହିଛି ଏବଂ ଦଳ ଫେସବୁକ୍, ହ୍ବାଟ୍ସଆପ୍, ଏବଂ ଅନ୍ୟ ଡିଜିଟାଲ୍ ମାଧ୍ୟମରେ ବୁଥ୍ ସ୍ତରରେ ଲୋକଙ୍କ ପାଖରେ ପହଞ୍ଚିବାରେ ଲାଗି ପଡ଼ିଛି। ରବିବାର ଦିନ କଂଗ୍ରେସ ଏହାର ଡିଜିଟାଲ ପ୍ରଚାର କାର୍ଯ୍ୟକ୍ରମ ଆରମ୍ଭ କରିଛି। ପଂଜାବ କଂଗ୍ରେସ ସଭାପତି ନବଜୋତ ସିଂହ ସିଦ୍ଧୁ କହିଛନ୍ତି, ଦଳ ଡିଜିଟାଲ୍ ପ୍ରଚାର କାର୍ଯ୍ୟକ୍ରମ ଏବଂ ଭର୍ଚୁଆଲ କଥାବାର୍ତ୍ତା ଉପରେ ଗୁରୁତ୍ବାରୋନ କରିଛି। ସିଦ୍ଧୁ କହିଛନ୍ତି ବୁଥ୍, ନିର୍ବାଚନମଣ୍ଡଳୀ ଏବଂ ଜିଲ୍ଲା ସ୍ତରରେ କଂଗ୍ରେସ ଅନଲାଇନ୍ ପ୍ରଚାର ପାଇଁ ପ୍ରସ୍ତୁତ ରହିଛି। କଂଗ୍ରେସର ସୋସିଆଲ ମିଡିଆ ୱାର ରୁମ୍ରେ ୧୦ ହଜାରରୁ ଅଧିକ ହ୍ବାଟ୍ସଆପ୍ ଗ୍ରୁପ୍ ଥିବା ସେ କହିଛନ୍ତି। ସିଦ୍ଧୁ କହିଛନ୍ତି, ପଂଜାବ ମଡେଲ ଏକ ବ୍ୟକ୍ତିଗତ ମଡେଲ ନୁହେଁ, ଏହା ପଂଜାବ ଲୋକଙ୍କର ମଡେଲ୍। ଅନ୍ୟପକ୍ଷେ ଉତ୍ତରପ୍ରଦେଶ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଗତ ଶନିବାର ଦିନ ରାଜ୍ୟରେ ପ୍ରଥମ ଅନଲାଇନ ପ୍ରଚାର କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ।
ପଂଜାବରେ ଭର୍ଚୁଆଲ ପ୍ରଚାର ଆରମ୍ଭ କଲା କଂଗ୍ରେସ
/sambad/media/post_attachments/wp-content/uploads/2021/12/congress.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)