ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବୁଧବାର ଏକ ବେଆଇନ ଖଣି ଖନନ ମାମଲାରେ ପଞ୍ଜାବର ରୋପର ଜିଲ୍ଲାର ୧୩ଟି ସ୍ଥାନରେ ଚଢ଼ଉ କରି ସାଢ଼େ ୩ କୋଟି ଟଙ୍କା ଜବତ କରିଛି। ଏଜେନ୍ସିର ଜଳନ୍ଧରସ୍ଥିତ ଟିମ୍ ଏବେ ବି ଚଢ଼ଉ ଜାରି ରଖିଛି। କୁଖ୍ୟାତ ଭୋଲା ଡ୍ରଗ୍ସ ମାମଲାରେ ଇଡି ପୂର୍ବରୁ ଜବତ କରିଥିବା ଜମିରେ ବେଆଇନ ଖଣି ଖନନ ଚାଲିଥିବା ଜଣାପଡ଼ିଛି। ସ୍ପେଶାଲ ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (ପିଏମ୍ଏଲ୍ଏ) କୋର୍ଟରେ ଏହି ମାମଲାର ଶୁଣାଣି ଏବେ ଗୁରୁତ୍ବପୂର୍ଣ୍ଣ ପର୍ଯ୍ୟାୟରେ ରହିଛି। ବେଆଇନ ଖଣି ଖନନ ପାଇଁ ଜଣାଶୁଣା ଖଣି ମାଫିଆ ନସିବଚାନ୍ଦ ଓ ଶ୍ରୀରାମ ଷ୍ଟୋନ କ୍ରସର ସମେତ ଅନେକ ବ୍ୟକ୍ତି ଓ ସଂସ୍ଥାର ସମ୍ପୃକ୍ତି ଥିବା ତଦନ୍ତରୁ ଜଣାପଡ଼ିଛି। ଇଡି ବର୍ତ୍ତମାନ ସୁଦ୍ଧା ୩ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଜବତ କରିଥିବା ଅଧିକାରୀମାନେ ସୂଚନା ଦେଇଛନ୍ତି।