ନୂଆଦିଲ୍ଲୀ: ମାଳଦ୍ୱୀପ ଭାରତର ‘ପଡ଼ୋଶୀ ପ୍ରଥମ’ ନୀତିର କେନ୍ଦ୍ରରେ ରହିଛି ଏବଂ ଭାରତ ମହାସାଗରୀୟ ଅଞ୍ଚଳ (ଆଇଓଆର୍)ରେ ଏକ ପ୍ରମୁଖ ଅଂଶୀଦାର ବୋଲି ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଆଡ୍ଡୁ ସହରରେ ତାଙ୍କ ପ୍ରତିପକ୍ଷ ମୁସା ଜମିରଙ୍କ ସହ ଭାରତ ପ୍ରାୟୋଜିତ ଆଡ୍ଡୁ ପୁନରୁଦ୍ଧାର ଓ ତଟ ସୁରକ୍ଷା ପ୍ରକଳ୍ପ ଏବଂ ଆଡ୍ଡୁ ଡିଟୁର୍ ଲିଙ୍କ୍ ବ୍ରିଜ୍ ପ୍ରକଳ୍ପର ଉଦ୍‌ଘାଟନ କରିବା ଅବସରରେ କହିଛନ୍ତି।

Advertisment

ଜୟଶଙ୍କରଙ୍କ ତିନିଦିନିଆ ଗସ୍ତ ସମୟରେ ଉଭୟ ପକ୍ଷ ଭାରତ-ମାଳଦ୍ୱୀପ ପ୍ରତିରକ୍ଷା ଓ ନିରାପତ୍ତା ଭାଗୀଦାରିକୁ ସୁଦୃଢ଼ କରିବା ପାଇଁ ନିଜର ପ୍ରତିବଦ୍ଧତାକୁ ଦୋହରାଇଥିଲେ। ଗତ କିଛି ବର୍ଷ ମଧ୍ୟରେ ମାଳଦ୍ବୀପରେ ଭାରତ ପାଖାପାଖି ୨୨୦ ନିୟୁତ ଡଲାର ବିନିଯୋଗ କରିଛି। ଏଥିରୁ ମାଳଦ୍ୱୀପର ଆଞ୍ଚଳିକ ବିକାଶକୁ ଭାରତ କେତେ ଗୁରୁତ୍ୱ ଦେଉଛି ତାହା ବୁଝାପଡ଼ୁଛି ବୋଲି ଜୟଶଙ୍କର କହିଛନ୍ତି। ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ହେଉଛି ୭୦ ନିୟୁତ ଡଲାର ବ୍ୟୟରେ ହେଉଥିବା ଆଡ୍ଡୁ ରାସ୍ତାର ପୁନଃନିର୍ମାଣ ଓ ଡ୍ରେନେଜ୍ ବିକାଶ ପ୍ରକଳ୍ପ। ଏହି ପ୍ରକଳ୍ପ ଶେଷ ପର୍ଯ୍ୟାୟରେ ଅଛି ଏବଂ ଏହା ସମ୍ପୂର୍ଣ୍ଣ ହେଲେ ଆଡ୍ଡୁରେ ରାସ୍ତାରେ ଜଳବନ୍ଦି ସମସ୍ୟାର
ସମାଧାନ ହୋଇପାରିବ ବୋଲି
ଜୟଶଙ୍କର କହିଛନ୍ତି।