ନୂଆଦିଲ୍ଲୀ- ସାଧାରଣ ଜନତାଙ୍କ ପାଇଁ ଏକ ଖୁସି ଖବର । ଦେଶରେ ପେଟ୍ରୋଲ ଓ ଡିଜେଲ ଦର ୨ ଟଙ୍କା ହ୍ରାସ ପାଇଛି । କାରଣ କେନ୍ଦ୍ର ସରକାର ଆଜି ପେଟ୍ରୋଲ ଓ ଡିଜେଲ ଉପରୁ ଉତ୍ପାଦ ଶୁଳକ ହ୍ରାସ କରିଛନ୍ତି । ସାରା ଦେଶରେ ତେଲ ଦର ବଢିଚାଲିଥିବାରୁ ସାଧାରଣ ଲୋକଙ୍କ ଅସନ୍ତୋଷ ବଢିଚାଲିଛି । ଆଜି ମୁମ୍ବାଇରେ ପେଟ୍ରୋଲ ଦର ୮୦ ଟଙ୍କା ଟପିଯାଇଛି । ସେହିପରି ଦିଲ୍ଲୀରେ ଏହା ୭୩ ଟଙ୍କା ଟପିଛି ।
ତେଲ ଦରବୃଦ୍ଧିକୁ ନିୟନ୍ତ୍ରଣ କରିବାକୁ ଏହା ଉପରୁ ଉତ୍ପାଦ ଶୁଳକ ହ୍ରାସ କରିବାକୁ କିଛି ଦିନ ତଳେ ପେଟ୍ରୋଲିୟମ ମନ୍ତ୍ରାଳୟ ଅର୍ଥମନ୍ତ୍ରାଳୟକୁ ଅନୁରୋଧ କରିଥିଲା । ଏହା ସହିତ ରାଜ୍ୟସରକାରମାନେ ମଧ୍ୟ ଉତ୍ପାଦ ଶୁଳକ ହ୍ରାସ କରି ଦରମାନ୍ତୁ ବୋଲି ପେଟ୍ରୋଲିୟମ ମନ୍ତ୍ରାଳୟ ଅନୁରୋଧ କରିଥିଲା । କାରଣ ପେଟ୍ରୋଲ ଓ ଡିଜେଲ ଏପର୍ଯ୍ୟନ୍ତ ଜିଏସଟି ମଧ୍ୟରେ ସାମିଲ ହୋଇ ନଥିବାରୁ ଏହା ଉପରେ କେନ୍ଦ୍ର ସରକାର ଓ ରାଜ୍ୟସରକାରମାନେ ଉତ୍ପାଦ ଶୁଳକ ଆଦାୟ କରୁଛନ୍ତି ।
ଅନ୍ୟପକ୍ଷରେ ବଜେଟରେ ସୀମା ଶୁଳକ ବୃଦ୍ଧି ଯୋଗୁଁ ମୋବାଇଲ ଫୋନ, ସ୍ମାର୍ଟଓ୍ଵାଚ୍,ଟିଭି, ହୀରା ଓ ମୂଲ୍ୟବାନ ପଥର, ପରଫ୍ୟୁମ, ବସ ଓ ଟ୍ରକ ଟାୟାର, ସନଗ୍ଲାସ ଓ ପାନ ମସଲା ଆଦି ମହଙ୍ଗା ହୋଇଛି ।