ନୂଆଦିଲ୍ଲୀ: ଆଜିକାଲି ମହିଳାମାନେ ନିଜର ଶୃଙ୍ଗାର ପ୍ରତି ଅଧିକ ଧ୍ୟାନ ଦେଉଥିବା ଦେଖିବାକୁ ମିଳୁଛି। ଏପରିକି ପ୍ରସବ ପୂର୍ବରୁ ସୁନ୍ଦର ଦେଖାଯିବା ପାଇଁ ହସ୍ପିଟାଲ ବେଡରେ ଶୋଇ ଜଣେ ମହିଳା ନିଜର ମେକଅପ୍ କରିଥିଲେ। ଏହି ଫଟୋ ଏବେ ଭାଇରାଲ ହେବାରେ ଲାଗିଛି। ଏଥିରେ ତାଙ୍କ ଚେହେରାରେ ମେକଅପ୍ ଦେଖିବାକୁ ମିଳୁଛି। ମହିଳା ଜଣକ ଚାହୁଁଥିଲେ ଯେ ଯେତେବେଳେ ଶିଶୁ ଜନ୍ମ ପରେ ତାଙ୍କର ଫଟୋ କ୍ଲିକ୍ କରାଯାଏ, ସେତେବେଳେ ସେ ସେଥିରେ ଗ୍ଲାମରର୍ସ ଦେଖାଯିବେ। ତେବେ ଏହି ୨୪ ବର୍ଷୀୟା ମହିଳାଙ୍କ ନାମ ଟିନା ଆରାଗନ୍। ସେ ଆମେରିକାର କଲୋରାଡୋର ବାସିନ୍ଦା। ପ୍ରଥମ ସନ୍ତାନ ଜନ୍ମ ପରେ ସେ ନିଷ୍ପତ୍ତି ନେଇଥିଲେ ଯେ ଏଥର ପ୍ରସବ ସମୟରେ ସୁନ୍ଦର ଦେଖାଯିବା ପାଇଁ ସେ ମେକଅପ୍ କରାଇବେ।

Advertisment

ନିକଟରେ ଆରାଗନ୍ ଦ୍ୱିତୀୟ ସନ୍ତାନକୁ ଜନ୍ମ ଦେବା ପରେ ତାଙ୍କର ଫଟୋ ଭାଇରାଲ ହୋଇଥିଲା। ପ୍ରସବ ପୂର୍ବରୁ ସେ ମେକଅପ୍ କରାଇଥିଲେ। ଏହି ସମୟରେ ସେ ହସ୍ପିଟାଲ ବେଡ୍ ରେ ଥିଲେ। ମେକଅପ୍ କରିବା ପାଇଁ ପ୍ରାୟ ଦେଢ଼ ଘଣ୍ଟା ସମୟ ଲାଗିଥିଲା। ସେ ଭ୍ରୁଠାରୁ ଆରମ୍ଭ କରି ଫେସିଆଲ ପର୍ଯ୍ୟନ୍ତ ସମସ୍ତ ମେକଅପ୍ କରାଇଥିଲେ। ନିକଟରେ ଆରାଗନ୍ ଦ୍ୱିତୀୟ ସନ୍ତାନକୁ ଜନ୍ମ ଦେବା ପରେ ତାଙ୍କର ଫଟୋ ଭାଇରାଲ ହୋଇଥିଲା। ପ୍ରସବ ପୂର୍ବରୁ ସେ ମେକଅପ୍ କରାଇଥିଲେ। ଏହି ସମୟରେ ସେ ହସ୍ପିଟାଲ ବେଡ୍ ରେ ଥିଲେ । ମେକଅପ୍ କରିବା ପାଇଁ ପ୍ରାୟ ଦେଢ଼ ଘଣ୍ଟା ସମୟ ଲାଗିଥିଲା।

publive-image

ଡେଲି ଷ୍ଟାର ରିପୋର୍ଟ ଅନୁଯାୟୀ ଆରାଗନଙ୍କର ପୂର୍ବରୁ ଗୋଟିଏ ଝିଅ ଅଛି। ତେବେ ସେ ଗତ ମାସରେ ଆଉ ଏକ ଶିଶୁକୁ ଜନ୍ମ ଦେଇଥିଲେ। ପ୍ରସବ ପୂର୍ବରୁ ସେ ପୂରା ମେକଅପ କରାଇଥିଲେ, ଯାହାଦ୍ୱାରା ପ୍ରସବ ସମୟରେ ମଧ୍ୟ ସେ ଗ୍ଲାମରର୍ସ ଦେଖାଯାଇପାରିବେ। ଭାଇରାଲ ହେଉଥିବା ଫଟୋରେ ସେ ନବଜାତଶିଶୁକୁ କୋଳରେ ଧରିଥିବାର ଦେଖିବାକୁ ମିଳିଛି। ଗର୍ଭାବସ୍ଥା ଯନ୍ତ୍ରଣା ମଧ୍ୟରେ ଆରାଗନ୍ ମେକଅପ୍ ମଧ୍ୟ କରୁଥିଲେ ଏବଂ ପ୍ରସବ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଏପିଡୁରାଲ୍ ଇଞ୍ଜେକସନ୍ ମଧ୍ୟ ନେଉଥିଲେ। ଆରାଗନ୍ ସ୍ୱୀକାର କରିଛନ୍ତି ଯେ ଡାକ୍ତରମାନେ ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ।