ଗୋରଖପୁର: ଗୋରଖପୁର ମେଡିକାଲ କଲେଜର ହଷ୍ଟେଲ ରୁମ୍ରୁ ଜଣେ କନିଷ୍ଠ ଡାକ୍ତରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଫରେନସିକ୍ ଟିମ୍ ମଧ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ସଂଗ୍ରହ କରିଛନ୍ତି। ପୁଲିସ ହଷ୍ଟେଲର ଅନ୍ୟ ଛାତ୍ରଛାତ୍ରୀଙ୍କୁ ମଧ୍ୟ ପଚରାଉଚରା କରୁଛି। ପୁଲିସ ତଦନ୍ତରୁ ଜଣାପଡିଛି ଯେ, ମୃତ ଡାକ୍ତରଙ୍କ ନାମ ୩୨ ବର୍ଷୀୟ ଅବିଶୋ ଡେଭିଡ୍। ସେ କେରଳର ପାମ୍ପଡୁମ୍କୁଝି ଜିଲ୍ଲାର ବାସିନ୍ଦା। ଅବିଶୋ ଡେଭିଡ୍ ଆନେସ୍ଥେସିଆ ବିଭାଗରେ କାର୍ଯ୍ୟ କରୁଥିଲେ। ଶୁକ୍ରବାର ସକାଳେ ସେ ମେଡିକାଲ କଲେଜକୁ ନ ଆସିବାରୁ କର୍ମଚାରୀମାନେ ତାଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ। କୌଣସି ଉତ୍ତର ନ ମିଳିବାରୁ ତାଙ୍କ ରୁମ୍ରେ ଭେଟିବାକୁ ଯାଇଥିଲେ। ସେଠାରେ ତାଙ୍କ ହଷ୍ଟେଲ ରୁମ୍ ଭିତରୁ ବନ୍ଦ ଥିବା ଦେଖିବାକୁ ପାଇଥିଲେ। ଝରକା ବାଟେ ଦେଖିବାକୁ ମିଳିଥିଲା ଯେ କୋଠରି ଭିତରେ ଡାକ୍ତର ଡେଭିଡ୍ ନିଶ୍ଚଳ ଅବସ୍ଥାରେ ଶଯ୍ୟା ଉପରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ପୁଲିସ ପହଞ୍ଚି କବାଟ ଭାଙ୍ଗି କନିଷ୍ଠ ଡାକ୍ତରଙ୍କୁ ମୃତ ଅବସ୍ଥାରେ ଦେଖିବାକୁ ପାଇଥିଲା। ମାମଲାର ତଦନ୍ତ ଜାରି ରହିଛି।
ବିଆର୍ଡି ମେଡିକାଲ କଲେଜ ହଷ୍ଟେଲରୁ ଡାକ୍ତରଙ୍କ ମୃତଦେହ ଉଦ୍ଧାର
ଗୋରଖପୁର ମେଡିକାଲ କଲେଜର ହଷ୍ଟେଲ ରୁମ୍ରୁ ଜଣେ କନିଷ୍ଠ ଡାକ୍ତରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଫରେନସିକ୍ ଟିମ୍ ମଧ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ...
/sambad/media/media_files/2025/07/12/deadbody-2025-07-12-12-15-57.jpg)