ବେଙ୍ଗାଲୁରୁ : ଦୁଇଦିନର ଲଗାଣ ବର୍ଷାରେ ବେଙ୍ଗାଲୁରୁ ବାସିନ୍ଦା ଅଥୟ ହୋଇପଡ଼ିଛନ୍ତି। ସହରର ସବୁ ରାସ୍ତା ଘାଟ ଗୁଡ଼ିକରେ ପାଣିର ସୁଅ ଛୁଟୁଥିବାବେଳେ ଘର ଗୁଡ଼ିକ ମଧ୍ୟ ଜଳବନ୍ଦି ରହିଛି। ଅତ୍ୟଧିକ ବର୍ଷା ସହରକୁ ସମ୍ପୂର୍ଣ୍ଣ ରୂପେ ପଙ୍ଗୁ କରିଦେଇଛି। ପୂଜା ପାଇଁ ସହରବାସିନ୍ଦାଙ୍କ ସବୁ ପ୍ରସ୍ତୁତି ସରିଥିଲେ ମଧ୍ୟ ବର୍ଷାଜଳ ସେମାନଙ୍କ ସବୁ ପ୍ରସ୍ତୁତିକୁ ପଣ୍ଡ କରିଦେଇଛି। ବର୍ଷା କମିବାର ନାଁ ଧରୁନି। ଆହୁରି ୩-୪ ଦିନ ବର୍ଷିବ ବୋଲି ଆଶଙ୍କା କରାଯାଇଛି। ପାଣିପାଗ ବିଭାଗ ସୂତ୍ରରୁ ପ୍ରକାଶ ଯେ ଦକ୍ଷିଣ ଆନ୍ତରିକ କର୍ଣ୍ଣାଟକର ଦକ୍ଷିଣ କନ୍ନଡ, ଉଡୁପି ଜିଲ୍ଲା ଗୁଡ଼ିକ, ବେଙ୍ଗାଲୁରୁ ସହର ଗ୍ରାମ୍ୟଳ କୋଡାକୁ, ମଣ୍ଡୟା ମହୀଶୁର, ହାସନ ଏବଂ ରାମନଗରରେ ମଧ୍ୟ ବର୍ଷା ହେତୁ ଅସହାୟ ପରିସ୍ଥିତି ସୃଷ୍ଟି ହୋଇଛି। କର୍ଣ୍ଣାଟକ ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ଯାଞ୍ଚ କେନ୍ଦ୍ର (କେଏସଏନଏମଡିସି) ଜଣେ ବରିଷ୍ଠ ଅଫିସରଙ୍କ ମତରେ ରାଜ୍ୟ ଏବେ ସକ୍ରିୟ ଦକ୍ଷିଣ-ପଶ୍ଚିମ ମୌସୁମି ଗ୍ରହଣ କରିଛି। ରାଜ୍ୟରେ ୩-୪ ଦିନ ମଧ୍ୟରେ ବର୍ଷା ଲାଗି ରହିବ। ତେବେ ବେଙ୍ଗାଲୁରୁରେ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି କେଏସଏନଏମଡିସିର ପାଣିପାଗ ବୈଜ୍ଞାନିକ ସି ପ୍ରଭୁ କହିଛନ୍ତି। ଚଳିତ ଥରର ବର୍ଷା ଏକ ନୂଆ ରେକର୍ଡ ସୃଷ୍ଟି କରିବ। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ସହର ସେପ୍ଟେମ୍ବର ମାସରେ ସମୁଦାୟ ୪୯୬ ମିମି ବର୍ଷାଜଳ ଗ୍ରହଣ କରିଛି। ତେବେ ଗତ ୯ ବର୍ଷ ମଧ୍ୟରେ ଏହି ସଂଖ୍ୟା ରେକର୍ଡ କରିଛି। ୧୯୮୬ରେ ବେଙ୍ଗାଲୁରୁ ସେପ୍ଟେମ୍ବର ମାସରେ ୫୧୬.୬ ମିମି ସର୍ବାଧିକ ବର୍ଷାଜଳ ଗ୍ରହଣ କରି ରେକର୍ଡ କରିଥିଲା। ତେବେ ଚଳିତଥର ବେଙ୍ଗାଲୁରୁ ଆଉ ମାତ୍ର ୨୦ ମିମି ବର୍ଷାଜଳ ଗ୍ରହଣ କଲେ ପୂର୍ବ ରେକର୍ଡ ଭାଙ୍ଗିବ। ତେବେ ବେଙ୍ଗାଲୁରୁରେ ଥିବା ଆମେରିକାର ବାଣିଜ୍ୟିକ ରାଷ୍ଟ୍ରଦୂତଙ୍କୁ ସ୍ଥାନୀୟ ପାଣିପାଗର ରିପୋର୍ଟ ଯାଞ୍ଚ କରିବାପାଇଁ ଆମେରିକା ଦୁତାବାସ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି।
ବେଙ୍ଗାଲୁରୁରେ ବର୍ଷା ବିତ୍ପାତ, ଜଳଘେରରେ ବହୁ ଅଞ୍ଚଳ
ପାଣିପାଗ ବିଭାଗର ଚେତାବନୀ: ଆହୁରି ୩-୪ଦିନ ବର୍ଷିବ
/sambad/media/post_attachments/wp-content/uploads/2017/09/bangalore-rain3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)