ନୂଆଦିଲ୍ଲୀ: ଭାରତୀୟ ପ୍ରକାଶନ ସଂଘ ପକ୍ଷରୁ ଅନୂଦିତ ପୁସ୍ତକ ପର୍ଯ୍ୟାୟରେ ଗୌରହରି ଦାସଙ୍କ ଦ୍ୱାରା ଲିଖିତ ଏବଂ ଜଗନ୍ନାଥ ଦାଶଙ୍କ ଦ୍ୱାରା ଅନୂଦିତ ‘ସେଡ୍ସ ଅଫ ଲାଇଫ’ ଉପନ୍ୟାସକୁ ଦ୍ୱିତୀୟ ପୁରସ୍କାର ପ୍ରଦାନ କରାଯାଇଛି। ୨୦୧୭-୧୮ ବର୍ଷ ପାଇଁ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ନୂଆଦିଲ୍ଲୀର ଲିଫି ପବ୍ଲିକେସନ୍ ଦ୍ୱାରା ପ୍ରକାଶିତ ଏହି ବହି ପୁରସ୍କାର ଲାଭ କରିଛି। ଉଲ୍ଲେଖଯୋଗ୍ୟ ଯେ ଏହି ଉପନ୍ୟାସଟି ପ୍ରଥମେ ‘କେତେ ରଙ୍ଗର ଜୀବନ’ ନାଁରେ ‘କଥା’ ପତ୍ରିକାରେ ପ୍ରକାଶ ପାଇଥିଲା। ‘କଥା’ରୁ ଏହା ପଢ଼ି ବାରିପଦା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଜଗନ୍ନାଥ ଦାଶ ଏହାର ଅନୁବାଦ କରିଥିଲେ। ଏହି ବହିର ଓଡ଼ିଆ ସଂସ୍କରଣ ‘ପକ୍ଷୀଘର ପ୍ରକାଶନୀ’ ଛାପିଥିଲେ। ଚଳିତ ବର୍ଷ ପ୍ରଥମ ପୁରସ୍କାର ପାଇଥିବା ବହିଟି ହେଉଛି ଉଦୟ ମହୁରକରଙ୍କ ଗୁଜୁରାଟୀ ପୁସ୍ତକର ଇଂରାଜୀ ଅନୁବାଦ ‘‘ମାର୍ଚ୍ଚିଂ ଉଇଥ୍ ଏ ବିଲିୟନ୍’’। ସୂଚନାଯୋଗ୍ୟ ଯେ ଫେଡେରେସନ୍ ଅଫ ଇଣ୍ଡିଆନ୍ ପବ୍ଲିସର୍ସ ହେଉଛି ଜେନେଭାସ୍ଥିତ ଇଣ୍ଟରନ୍ୟାସନାଲ ପବ୍ଲିସର୍ସ ଆସୋସିଏସନ୍ ଦ୍ୱାରା ଅଧିସ୍ୱୀକୃତ ଭାରତୀୟ ପ୍ରକାଶକମାନଙ୍କର ମିଳିତ ଅନୁଷ୍ଠାନ।
ଭାରତୀୟ ପ୍ରକାଶନ ସଂଘ ଦ୍ୱାରା ‘ସେଡ୍ସ ଅଫ ଲାଇଫ୍’ ପୁରସ୍କୃତ
/sambad/media/post_attachments/wp-content/uploads/2018/09/Shades-of-Life-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)