କୋଲକାତା: ପଶ୍ଚିମବଙ୍ଗରେ ଯେଉଁ ରାଜ୍ୟ ପରିଚାଳିତ ସ୍କୁଲ୍ ଗୁଡ଼ିକରେ ୭୦ ପ୍ରତିଶତରୁ ଅଧିକ ସଂଖ୍ୟାଲଘୁ ଛାତ୍ର ଅଧ୍ୟୟନ କରୁଥିବେ ସେହିସବୁ ସ୍କୁଲ୍ରେ ମଧ୍ୟାହ୍ନ ଭୋଜନ ପାଇଁ ଡାଇନିଂ ହଲ୍ ନିର୍ମାଣ କରିବାନେଇ ମମତା ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ଏଭଳି ନିର୍ଦ୍ଦେଶନାମାକୁ ବିଜେପି ଏବଂ ଅନ୍ୟ ବିରୋଧୀ ଦଳମାନେ ତୀବ୍ର ବିରୋଧ କରିଛନ୍ତି। ଏଭଳି କାର୍ଯ୍ୟ ଦ୍ବାରା ଟିଏମ୍ସି ରାଜ୍ୟରେ ସାମ୍ପ୍ରଦାୟିକ ବିଭେଦ ଦୃଷ୍ଟି କରୁଛି ବୋଲି ବିଜେପି ଏବଂ ଅନ୍ୟ ବିରୋଧୀଦଳମାନେ ଅଭିଯୋଗ କରିଛନ୍ତି। କିନ୍ତୁ ବରିଷ୍ଠ ଟିଏମ୍ସି ନେତା ଏବଂ ରାଜ୍ୟ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ଗୟାସଉଦ୍ଦିନ୍ ମୋଲ୍ଲା ଏଭଳି ଅଭିଯୋଗକୁ ଭିତ୍ତିହୀନ କହିଛନ୍ତି। ସେ କହିଛନ୍ତି ରାଜ୍ୟ ସରକାରଙ୍କ ଦ୍ବାରା ଯେଉଁ ନୂଆ ଯୋଜନା ଆରମ୍ଭ ହୋଇଛି ତା’ଦ୍ବାରା ସମସ୍ତ ଛାତ୍ରଛାତ୍ରୀ ଉପକୃତ ହେବେ। ସେହିଭଳି ଏହି ନିର୍ମାଣ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ହେଉଛି ବୋଲି ମମତ କହିଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp