ମସ୍କୋ: ଜାତିସଂଘ ମହାନିର୍ଦ୍ଦେଶକ ଆଣ୍ଟୋନିଓ ଗଟର୍ସ ଆଜି ରୁଷ୍ ଗସ୍ତ କରିଛନ୍ତି। ଗଟର୍ସ ଏବଂ ରୁଷ୍ ବିଦେଶ ମନ୍ତ୍ରୀ ସର୍ଗେୟି ଲାଭରୋବ ଆଜି ମସ୍କୋରେ ବୈଠକ ପରେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଗଟର୍ସ କହିଛନ୍ତି, ୟୁକ୍ରେନ୍ରେ ତୁରନ୍ତ ଯୁଦ୍ଧ ବନ୍ଦ ପାଇଁ ସେ ବାଟ ଖୋଜୁଛନ୍ତି। ଫଳପ୍ରଦ କଥାବାର୍ତ୍ତା ପାଇଁ ବାଟ ଫିଟାଇବାକୁ ତୁରନ୍ତ ଯୁଦ୍ଧବିରତି କାର୍ଯ୍ୟକାରୀ କରିବା ଏବଂ ଏକ ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ସେ ଖୁବ୍ ଆଗ୍ରହୀ ବୋଲି ଗଟର୍ସ କହିଛନ୍ତି। ଲାଭରୋବଙ୍କ ସହ ସେ ଖୋଲା ମନରେ ଆଲୋଚନା କରିଥିବା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ୟୁକ୍ରେନ୍ରେ ମାନବୀୟ କରିଡର୍ ପାଇଁ ଜାତିସଂଘ ସହ କାମ କରିବାକୁ ଗଟର୍ସ ଉଭୟ ରୁଷ୍ ଏବଂ ୟୁକ୍ରେନ୍କୁ ଅନୁରୋଧ କରିଛନ୍ତି। ଲୋକଙ୍କୁ ସୁରକ୍ଷିତ ଉଦ୍ଧାର ଉପରେ ମଧ୍ୟ ସେ ଗୁରୁତ୍ବାରୋପ କରିଛନ୍ତି।
ମସ୍କୋ ଗସ୍ତରେ ଜାତିସଂଘ ମୁଖ୍ୟ: ତୁରନ୍ତ ଯୁଦ୍ଧବିରତି ପାଇଁ କହିଲେ
/sambad/media/post_attachments/wp-content/uploads/2022/04/d5g45da64g65dag465a4g65dadgag.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)