ମୁମ୍ବାଇ: ଜୀବଜନ୍ତୁଙ୍କୁ କରୋନା ହେବା ନେଇ ଭୟ ବଢ଼ିଛି। ଆମେରିକାରେ ଏକ ବାଘକୁ କରୋନା ହେବାପରେ ଏବେ ଭାରତର ସମସ୍ତ ଚିଡ଼ିଆଖାନା ଏବଂ ଜାତୀୟ ଉଦ୍ୟାନଗୁଡ଼ିକରେ ଜୀବଜନ୍ତୁଙ୍କ ଉପରେ କଡ଼ା ନଜର ରଖାଯାଇଛି। କ୍ୟାମେରା ମାଧ୍ୟମରେ ଜୀବଜନ୍ତଙ୍କୁ ଭଲଭାବେ ଅନୁଧ୍ୟାନ କରାଯାଉଛି। ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସବୁଠୁ ଅଧିକ ରହିଥିବାରୁ ଏଠାରେ ଏମ୍ଜେଡ୍ଏ (ମହାରାଷ୍ଟ୍ର ଚିଡ଼ିଆଖାନା କର୍ତ୍ତୃପକ୍ଷ) ସମସ୍ତ ଚିଡ଼ିଆଖାନା ଗୁଡ଼ିକରେ ଥିବା ଜୀବଜନ୍ତୁଙ୍କ ମଧ୍ୟରୁ ସନ୍ଦିଗ୍ଧଙ୍କ ରିପୋର୍ଟ ଦେବାପାଇଁ କୁହାଯାଉଛି। କୌଣସି ଜୀବଜନ୍ତୁ ଯଦି କାଶ, ଶ୍ବାସକ୍ରୀୟାରେ ସମସ୍ୟା , ଡାଇରିଆ, ନାକରୁ ପାଣି ବୋହିବା, ଜ୍ବର କିମ୍ବା ଭୟରେ ଥିବା ପରି ଲାଗିବେ ତେବେ ଏନେଇ ରିପୋର୍ଟ ଦେବାକୁ କୁହାଯାଇଛି। ସେହିପରି ଚିଡ଼ିଆଖାନାରେ କିଭଳି ବିଶୋଧନ କରାଯାଉଛି, ନିୟମିତ ସ୍ବାସ୍ଥ୍ୟ ଚେକ୍ଅପ୍ କରାଯାଉଛି କି ଖାଦ୍ୟ ଦେବା ସମୟରେ ସେମାନଙ୍କ ସୁରକ୍ଷା ପାଇଁ ପିପିଇ ବ୍ୟବହାର କରାଯାଉଛି କି ନା' ଏ ସମସ୍ତ ବିଷୟରେ ତଥ୍ୟ ଦେବାପାଇଁ କୁହାଯାଇଛି। ୧୩ଟି ଚିଡ଼ିଆଖାନା, ଉଦ୍ଧାର କେନ୍ଦ୍ର ଏବଂ ଜାତୀୟ ଉଦ୍ୟାନ ଏସଂକ୍ରାନ୍ତରେ ୨ ଦିନ ମଧ୍ୟରେ ରିପୋର୍ଟ ଦେବାକୁ କୁହାଯାଇଛି। ତେବେ ମହାରାଷ୍ଟ୍ରରେ ଏଯାବତ୍ କୌଣସି ବନ୍ୟଜନ୍ତୁଙ୍କ ଶରୀରରେ କରୋନା ଭାଇରସ୍ର ଲକ୍ଷଣ ଦେଖିବାକୁ ମିଳିନି। କିନ୍ତୁ ପରିସ୍ଥିତି ଦିନକୁ ଦିନ ଅତି ଗମ୍ଭୀର ହେଉଥିବାରୁ ଏଦିଗରେ ଅଧିକ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ । ଦେଶରେ ବନ୍ୟଜନ୍ତୁ ଥିବା ଚିଡ଼ିଆଖାନା ଗୁଡ଼ିକୁ ହାଇ ଆଲର୍ଟ ରହିବାକୁ କୁହାଯାଇଛି।
ମହାରାଷ୍ଟ୍ରରେ ସମସ୍ତ ରାଜ୍ୟ ଚିଡ଼ିଆଖାନା୨ ଦିନ ମଧ୍ୟରେ ସନ୍ଦିଗ୍ଧ ଜୀବଜନ୍ତୁଙ୍କ ରିପୋର୍ଟ ଦେବାକୁ ନିର୍ଦ୍ଦେଶ
/sambad/media/post_attachments/wp-content/uploads/2020/04/zoo.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)