ନୂଆଦିଲ୍ଲୀ : ରୁଷ୍ -ୟୁକ୍ରେନ ଯୁଦ୍ଧ ପରେ ୟୁକ୍ରେନରୁ ଫେରିଥିବା ଏମବିବିଏସ୍ ଛାତ୍ରମାନଙ୍କୁ ଜୁନ୍ ୩୦ ସୁଦ୍ଧା ଡିଗ୍ରି ମିଳିଛି। ୟୁକ୍ରେନ ଫେରନ୍ତା ଛାତ୍ରମାନେ ଫରେନ୍ ମେଡିକାଲ ଗ୍ରାଜୁଏଟ ପରୀକ୍ଷା ଦେଇପାରିବେ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ କଂଗ୍ରେସ ସାଂସଦ ଶଶି ଥରୁରଙ୍କୁ ଏକ ପତ୍ର ମାଧ୍ୟମରେ ସୂଚନା ଦେଇଛନ୍ତି। ତେବେ ଥରୁର୍ ମାଣ୍ଡଭୀୟଙ୍କ ଚିଠିକୁ ଟ୍ବିଟରରେ ପୋଷ୍ଟ୍ କରି ଦାବି କରିଛନ୍ତି ଯେ, ୯୯ ପ୍ରତିଶତ ୟୁକ୍ରେନ ଫେରନ୍ତା ଛାତ୍ରଙ୍କ ଭବିଷ୍ୟତ ଅନିଶ୍ଚିତତା ଭିତରକୁ ଚାଲିଯାଇଛି। ମଣ୍ଡଭୀୟଙ୍କ ଚିଠିରେ ଏହା ଦର୍ଶାଯାଇଛି ଯେ ଫରେନ ମେଡିକାଲ ଗ୍ରାଜୁଏଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାପରେ ସେମାନେ ୧ ବର୍ଷ ବଦଳରେ ୨ବର୍ଷ ପାଇଁ ଏକ ବାଧ୍ୟତାମୂଳକ ରୋଟେଟିଂ ମେଡିକାଲ ଇଣ୍ଟର୍ଣ୍ଣସିପ୍ (ସିଆରଏମ୍ଆଇ) କରିବା ଆବଶ୍ୟକ। ଉଲ୍ଲେଖଯୋଗ୍ୟ, ୟୁକ୍ରେନ ଫେରନ୍ତା ଛାତ୍ରଙ୍କ ଭବିଷ୍ୟତ ନେଇ ଥରୁର ସଂସଦରେ ଚିନ୍ତା ପ୍ରକଟ କରିଥିଲେ । ଶଶି ଥରୁର ଏହି ପ୍ରସଙ୍ଗ ଉଠାଇବାପରେ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ପାଖରୁ ତାଙ୍କୁ ଚିଠି ମିଳିଛି। ଏହି ଚିଠିକୁ ପୋଷ୍ଟ୍ କରି ହ ଥରୁର କହିଛନ୍ତି ଯେ ୟୁକ୍ରେନ ଫେରନ୍ତା ଛାତ୍ରଙ୍କ ଭବିଷ୍ୟତକୁ ନେଇ ଅନିଶ୍ଚିତତା ବଢ଼ିବାରେ ଲାଗିଛି।
ମାଣ୍ଡଭୀୟଙ୍କ ଚିଠିର ଜବାବ ଦେଲେ ଥରୁର: ୯୯% ୟୁକ୍ରେନ ଫେରନ୍ତା ଛାତ୍ରଙ୍କ ଭବିଷ୍ୟତ ଅନିଶ୍ଚିତ
/sambad/media/post_attachments/wp-content/uploads/2022/02/sashi-tharur.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)