ଜୟପୁର : ଅଲଓ୍ଵର ଭିଡ଼ହିଂସା ଘଟଣାକୁ ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଡ଼ା ସମାଲୋଚନା କରିଛନ୍ତି।। ଭିଡ଼ହିଂସା ପରି ଘଟଣାକୁ ମୋାଦୀଙ୍କର ‘ବ୍ରୁଟାଲ୍ ନ୍ୟୁ ଇଣ୍ଡିଆ’ ତଥା କ୍ରୂର ନୂଆ ଭାରତ ଏବଂ ଏଠାରେ ଲୋକମାନଙ୍କୁ ମାରିବାକୁ ଛାଡ଼ି ଦିଆଯାଉଛି ବୋଲି କହି ରାହୁଲ୍ ମୋଦୀଙ୍କୁ ଆଜି ଟ୍ଵିଟର୍ରେ ତୀବ୍ର ଭର୍ତ୍ସନା କରିଥିଲେ। ଏହାର କଡ଼ା ଜବାବ ଦେଇ କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋଏଲ୍ ରାହୁଲଙ୍କୁ ଘୃଣାର ସୌଦାଗର ବୋଲି କହିଛନ୍ତି। ପ୍ରତିଥର କୌଣସି ଅପରାଧ ସମୟରେ ରାହୁଲ ଆନନ୍ଦରେ ଉତ୍ଫୁଲ୍ଲିତ ହୋଇ ଯାଉଛନ୍ତି। ରାଜନୈତିକ ଫାଇଦା ପାଇଁ ସମାଜକୁ ବିଭାଜନ କରୁଛନ୍ତି ଏବଂ ପରେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତ। କିନ୍ତୁ ବହୁତ ହୋଇଗଲା। ତୁମେ ଜଣେ ଘୃଣାର ସୌଦାଗର ବୋଲି ଆଜି ଗୋଏଲ୍ ରାହୁଲ୍ଙ୍କୁ ଟ୍ଵିଟ୍ ମାଧ୍ୟମରେ କହିଛନ୍ତି। ସେହିପରି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ମଧ୍ୟ ରାହୁଲ ରାଜେନତିକ ଫାଇଦା ପାଇଁ ସାମାଜିକ ବନ୍ଧନରେ ଫାଟ ସୃଷ୍ଟି କରୁଥିବା କହିଛନ୍ତି। ୧୯୮୪ ମସିହା ଶିଖ୍ ବିରୋଧୀ ଦଙ୍ଗାକୁ ଟାର୍ଗେଟ୍ କରି ସ୍ମୃତି କହିଛନ୍ତି ୧୯୮୪ରେ ଗାନ୍ଧୀ ପରିବାର ଦ୍ୱାରା ସବୁଠାରୁ ବଡ଼ ଘୃଣ୍ୟକାଣ୍ଡ ହୋଇଥିଲା।
ମୋଦୀଙ୍କ କ୍ରୂର ନୂଆ ଭାରତ: ରାହୁଲ,ରାହୁଲ ଘୃଣାର ସୌଦାଗର: ଗୋଏଲ୍
/sambad/media/post_attachments/wp-content/uploads/2018/07/piyush-goyal-xl_082117103210.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)