ନୂଆଦିଲ୍ଲୀ: ଆଜିକାଲି ଅନେକ ଯୁବପିଢିଙ୍କୁ ରେଳଗାଡ଼ି ସାମନାରେ ସେଲଫି ଉଠାଇବା ନିଶା ଲାଗିଛି । ଏହି ସେଲଫି ନିଶାରେ ପଡ଼ି ଅନେକ ଯୁବକ ମୃତାହତ ହେଲେଣି, ତଥାପି ନିଶା ଛାଡ଼ିନି । ଆଜି ହାଇଦ୍ରାବାଦର ଜଣେ ଯୁବକ ରେଲଧାରଣା ଉପରେ ଥାଇ ସେଲଫି ଉଠାଇବା ବେଳେ ଟ୍ରେନ ଧକ୍କାରେ ଗୁରୁତର ଆହତ ହୋଇଛନ୍ତି । ଏହି ଖବରକୁ ନେଇ ରେଳମନ୍ତ୍ରୀ ପିୟୁଷ ଗୋଏଲ ବେଶ ଦୁଃଖ ପ୍ରକାଶ କରିବା ସହ ରେଲ ଗାଡି ବା ଧାରଣା ଉପରେ ବାହାଦୂରୀ ଦେଖାଇ ସେଲଫି ନ ନେବାକୁ ସେ ନିବେଦନ କରିଛନ୍ତି ।
पिछले कुछ दिनों में सेल्फी और स्टंट करने के कारण हुई दुर्घटनाओं से बहुत विचलित हूँ, मेरी युवाओं से अपील है कि ऐसा कोई कार्य ना करें जिससे हमारे जीवन को खतरा हो, इसके बजाय आइये, हम अपनी ऊर्जा को सार्थक कार्यों में लगा कर नये भारत का निर्माण करें। pic.twitter.com/pQTHINid76
— Piyush Goyal (@PiyushGoyal) January 25, 2018
ଏକ ଟ୍ଵିଟ୍ କରି ସେ କହିଛନ୍ତି ଯେ ଗତ କିଛି ଦିନ ଧରି ଦେଖାଯାଉଛି ଯେ ଯୁବକମାନେ ରେଳଗାଡ଼ି ସାମନାରେ ଷ୍ଟଣ୍ଟ କରି କିମ୍ବା ସେଲଫି ଉଠାଇବାବେଳେ ଦୂର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ଏହା ବେଶ ଦୁଃଖଦାୟକ । ଯୁବ ସମାଜ ଦେଶର ଭବିଷ୍ୟତ, ସେମାନେ ନିଜ ଜୀବନକୁ ବିପଦରେ ପକାଇବା ଉଚିତ ନୁହେଁ ବୋଲି ସେ ନିବେଦନ କରିଛନ୍ତି । ନିଜର ଏହି ଟ୍ଵିଟ୍ ସଂଦେଶ ସହ ରେଳମନ୍ତ୍ରୀ କେତେକ ଉପଦେଶ ମୂଳକ ପୋଷ୍ଟର ମଧ୍ୟ ସେୟାର କରିଛନ୍ତି ।
Disheartened by the accidents happened due to selfies and stunts in the last few days. Urge all of you to not to risk your lives, instead, channelise our energy in more productive areas and help in building a New India. pic.twitter.com/WYmQdD1fxt
— Piyush Goyal (@PiyushGoyal) January 25, 2018