ନୂଆଦିଲ୍ଲୀ: ୟୁକ୍ରେନରେ ଫସି ରହିଥିବା ଭାରତୀୟମାନେ ଏବେ ପ୍ରତ୍ୟାବର୍ତ୍ତନ କରିବା ଆରମ୍ଭ କରି ଦେଇଛନ୍ତି। ରୋମାନିଆ ଦେଇ ଏମାନଙ୍କୁ ଭାରତ ଅଣାଯିବ। ୪୭୦ ଜଣ ଛାତ୍ରଙ୍କ ପ୍ରଥମ ଦଳ ରୋମାନିଆରେ ଆସି ପହଞ୍ଚିଛି। ଏହି ପ୍ରତ୍ୟାବର୍ତ୍ତନ ସମ୍ଭବ ହୋଇଛି କାରଣ ପଶ୍ଚିମ ୟୁକ୍ରେନର ନଭିଭ୍ ଓ ଚେର୍ନିଭତ୍ସିରେ ବିଦେଶ ମନ୍ତ୍ରଣାଳୟର କ୍ୟାମ୍ପ ସକ୍ରିୟ ହୋଇଯାଇଛି।
ମିଡିଆରେ ପ୍ରସାରିତ ଏକ ଫଟୋରେ ଦେଖାଯାଉଛି ଯେ ୨୫ ରୁ ୩୦ ଭାରତୀୟ ଛାତ୍ର ମାତୃଭୂମି ଫେରିବା ଲାଗି ଖୁସି ପ୍ରକଟ କରୁଛନ୍ତି। ଭାରତୀୟ ଛାତ୍ରଙ୍କ ପ୍ରତ୍ୟାବର୍ତ୍ତନର ପ୍ରସ୍ତୁତି ଗୁରୁବାର ଦିନ ହିଁ ହୋଇଥିଲା। ବିଦେଶ ମନ୍ତ୍ରଣାଳୟ କହିଥିଲା ଯେ ପୋଲାଣ୍ଡ ଓ ହଙ୍ଗେରୀ ଦେଇ ଫସିଥିବା ଭାରତୀୟମାନଙ୍କୁ ଭାରତ ଅଣାଯିବ। ଦିଲ୍ଲୀରୁ ରୋମାନିଆର ରାଜଧାନୀ ବୁଚାରେଷ୍ଟ ପାଇଁ ରାତି ୯ଟା ବେଳେ ଏକ ବିମାନର ବ୍ୟବସ୍ଥା କରାଯାଇଥିବା ବେଳେ ମୁମ୍ବାଇରୁ ବୁଚାରେଷ୍ଟ ପାଇଁ ରାତି ୧୦ଟା ୩୦ରେ ବିମାନର ବ୍ୟବସ୍ଥା କରାହୋଇଛି।
ଖବର ଅନୁସାରେ ୟୁକ୍ରେନରେ ପ୍ରାୟ ୨୦ ହଜାର ଭାରତୀୟ ଅଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ଛାତ୍ର ଅଛନ୍ତି ଯେଉଁମାନେ ସେଠାକୁ ପଢିବାକୁ ଯାଇଥିଲେ। ଫଟୋରେ ଦେଖାଯାଇଛି ଯେ କିଛି ଡାକ୍ତରୀ ଛାତ୍ର ବଙ୍କରରେ ଲୁଚିବାକୁ ବାଧ୍ୟ ହୋଇଛନ୍ତି। ବିଦେଶ ମନ୍ତ୍ରଣାଳୟ ଆଶ୍ଵାସନ ଦେଇ କହିଛି ଯେ ସମସ୍ତ ଭାରତୀୟଙ୍କୁ ମାତୃଭୂମିକୁ ଅଣାଯିବ। ଆଗାମୀ ଦିନରେ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟାକୁ ଦ୍ରୁତ କରାଯିବ ବୋଲି ଜଣାପଡିଛି।
ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କ ପ୍ରତ୍ୟାବର୍ତ୍ତନ ଆରମ୍ଭ, ରୋମାନିଆରେ ପହଞ୍ଚିଲା ପ୍ରଥମ ଦଳ
/sambad/media/post_attachments/wp-content/uploads/2022/02/Capture-19.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)