ନୂଆଦିଲ୍ଲୀ : ରୋହିଙ୍ଗ୍ୟା ମୁସଲିମ୍ ଶରଣାର୍ଥୀ ମାମଲାରେ ଆସନ୍ତା ୧୩ ତାରିଖ ଦିନ ସୁପ୍ରିମ୍ କୋର୍ଟ ଶୁଣାଣି କରିବେ। ଶରଣାର୍ଥୀଙ୍କୁ ବିତାଡ଼ିତ କରିବା ପାଇଁ ସରକାରଙ୍କ ଆଭିମୁଖ୍ୟକୁ ବିରୋଧ କରି ଦୁଇଜଣ ରୋହିଙ୍ଗ୍ୟା ମୁସଲିମ ସୁପ୍ରିମ୍ କୋର୍ଟରେ ପିଟିସନ ଦାଏର କରିଥିଲେ। ସୁପ୍ରିମକୋର୍ଟ କହିଛନ୍ତି ଯେ କେବଳ ଆଇନଗତ ଦୃଷ୍ଟିକୋଣରୁ ହିଁ ମାମଲାର ଶୁଣାଣି ହେବ ଏବଂ ସମସ୍ତ ପକ୍ଷ ଭାବପ୍ରବଣ ଯୁକ୍ତିତର୍କରୁ ଦୂରେଇ ରହିବା ଉଚିତ୍ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ତତ୍ତ୍ୱାବଧାନରେ ଜଷ୍ଟିସ ଏ ଏମ ଖାନଓ୍ଵିଲକର ଏବଂ ଜଷ୍ଟିସ ଡି ଓ୍ଵାଇ ଚନ୍ଦ୍ରଚୁଡଙ୍କୁ ନେଇ ଗଠିତ ଖଣ୍ଡପୀଠ ଉଭୟ କେନ୍ଦ୍ର ସରକାର ଏବଂ ପିଟିସନ୍ ଦାଏର କରିିଥିବା ଦୁଇ ରୋହିଙ୍ଗ୍ୟା ମୁସଲିମଙ୍କୁ କୋର୍ଟକୁ ସହଯୋଗ କରିବା ଦିଗରେ ସମସ୍ତ ତଥ୍ୟ ପ୍ରମାଣ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
୧୩ରେ ସୁପ୍ରିମ କୋର୍ଟଙ୍କ ଶୁଣାଣି
ରୋହିଙ୍ଗ୍ୟା ଶରଣାର୍ଥୀ ମାମଲା
/sambad/media/post_attachments/wp-content/uploads/2017/10/rohingya-sleaper-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)