ଖୋର୍ଦ୍ଧା ଗ୍ରାମାଞ୍ଚଳରେ କରୋନା: ୩୦ ସଂକ୍ରମିତ, ୫୫ ସୁସ୍ଥ

ଖୋର୍ଦ୍ଧା: ଖୋର୍ଦ୍ଧା ଗ୍ରାମାଞ୍ଚଳରେ ଆଜି ସକାଳ ସୁଦ୍ଧା ୩୦ଜଣ କରୋନା ପଜିଟିଭଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୫୫ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି ।
ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗରୁ ମିଳିଥିବା ତଥ୍ୟାନୁସାରେ, ଆଜି ସକାଳ ସୁଦ୍ଧା ଚିହ୍ନଟ ହୋଇଥିବା ପଜିଟିଭଙ୍କ ମଧ୍ୟରୁ ବାଲିଅନ୍ତାରୁ ୬, ବାଲିପାଟଣାରୁ ଜଣେ, ଭୁବନେଶ୍ୱର ବ୍ଲକରୁ ୪ଜଣ, ଜଟଣୀ ବ୍ଲକ ଓ ପୌରାଂଚଳରୁ ୬, ଖୋର୍ଦ୍ଧା ବ୍ଲକ ଓ ପୌରାଞ୍ଚଳରୁ ସର୍ବାଧିକ ୮ଜଣ, ବେଗୁନିଆରୁ ଜଣେ, ଟାଙ୍ଗୀରୁ ୩ଜଣ, ଚିଲିକା-ବାଲୁଗାଁରୁ ଜଣଙ୍କୁ ଚିହ୍ନଟ କରାଯାଇଛି । ଆଜି ଦ୍ୱିତୀୟ ଦିନ ପାଇଁ ବାଣପୁର ବ୍ଲକ ଓ ପୌରାଂଚଳରୁ କୌଣସି ପଜିଟିଭ୍ ଚିହ୍ନଟ କରାଯାଇ ନଥିବା ବେଳେ ବୋଲଗଡ଼ ବ୍ଲକରେ ମଧ୍ୟ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଶୂନ ରହିଛି । ଏହାସହ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨, ୨୫୮ ହୋଇଛି ।
ଅପରପକ୍ଷରେ ଆଜି ସକାଳସୁଦ୍ଧା ୫୫ଜଣ ସଂକ୍ରମିତ ସୁସ୍ଥ ହୋଇଥିବା ବେଳେ ମୋଟ ସୁସ୍ଥଙ୍କ ସଂଖ୍ୟା ୧୧, ୮୩୭ ହୋଇଛି । ଗତ ସପ୍ତାହ ମଧ୍ୟରେ କୌଣସି ସଂକ୍ରମଣ ଜନିତ ମୃତ୍ୟୁ ରେକର୍ଡ କରାଯାଇ ନଥିବା ବେଳେ ୩୬୫ଜଣ ସଂକ୍ରମିତ ବର୍ତମାନ ଚିକିତ୍ସାଧୀନ ଅଛନ୍ତି ।

ସମ୍ବନ୍ଧିତ ଖବର