ଢେଙ୍କାନାଳ: ଢେଙ୍କାନାଳ କୋଭିଡ ହସ୍ପିଟାଲ୍ରେ ଆଜି ଦିନ ଦ୍ଵିପହରରେ ଜଣେ ବୃଦ୍ଧା ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ସେ ହେଲେ ସଦର ବ୍ଲକ ବିରାଡ଼ିଆ ଗ୍ରାମର ବାସନ୍ତୀ ନାଏକ(୬୦)। କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କୁ ଗତ ଅକ୍ଟୋବର ୨୯ ତାରିଖ ଠାରୁ ଢେଙ୍କାନାଳ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ଯେଉଁ କୋଠରୀରେ ରଖି ଚିକିତ୍ସା କରାଯାଉଥିଲା, ସେଠାରେ ଅନ୍ୟ ୪ ଜଣ ରୋଗୀଙ୍କୁ ମଧ୍ୟ ରଖାଯାଇଥିଲା।
ତେବେ ଆଜି ଡାକ୍ତର ରାଉଣ୍ଡ ଶେଷ କରି ଯିବା ପରେ ସେ ସାଲାଇନ ପାଇପ୍କୁ ନେଇ ଅନ୍ୟ ଏକ ଫାଙ୍କା କୋଠରୀରେ ପଙ୍ଖାରେ ଝୁଲିପଡ଼ିଥିଲେ। କୋଠରୀରେ ଜଣେ ବୃଦ୍ଧା ପଙ୍ଖାରେ ଝୁଲୁଥିବା ଦେଖି ଜଣେ ବ୍ୟକ୍ତି ଡ୍ୟୁଟିରେ ଥିବା ଡାକ୍ତରଙ୍କୁ ସୂଚନା ଦେଇଥିଲେ। ବୃଦ୍ଧାଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା କରାଯିବା ସହ ଢେଙ୍କାନାଲ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠା ଯାଇଥିଲା। ହେଲେ, ଜିଲ୍ଲା ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ନେଇ କୋଭିଡ ହସ୍ପିଟାଲର ଇନ୍ଚାର୍ଜ ଡାକ୍ତର ଏସ୍.ଏନ୍ ମହାପାତ୍ର ସୂଚନା ଦେଇଛନ୍ତି।