ମୁମ୍ବାଇ : ଟାଟା ମୋଟର୍ସ ପକ୍ଷରୁ ବହୁ ପ୍ରତିକ୍ଷୀତ ନେକ୍ସଷ୍ଟ ଜେନେରସନ୍ ଏସ୍ୟୁଭି ଅନ୍ତର୍ଗତ ’ଟାଟା ହାରିଅର’ର ବଜାର ପ୍ରବେଶ ଅଗାମୀ ଦିନରେ ସମ୍ପନ୍ନ ହେବ। ଏହା ଗତ ଅଟୋଏକ୍ସପୋରେ ପ୍ରଦର୍ଶିତ ହୋଇଛି। ଏହା ଏଚ୍-୫-ଏକ୍ସ ଜ୍ଞାନକୌଶଳ ଆଧାରରେ ନିର୍ମିତ ହୋଇଛି। ଏହି ନୂତନ ଯାନ ବେଶ୍ ମଜବୁତ ତଥା ସମସ୍ତ ପ୍ରକାର ବାଧାକୁ ଅତିକ୍ରମ କରିବାକୁ ସକ୍ଷମ ହେବ। ଏହାର ନିର୍ମାଣ ଶୈଳୀ ବେଶ୍ ଷ୍ଟାଇଲିସ ଆରାମ ଦାୟକ ତଥା ବିଳାସପୂର୍ଣ୍ଣ । ଏହା ଇମ୍ପାକ୍ଟ ଡିଜାଇନିଂ ୨.୦ ଅନ୍ତର୍ଗତ ନିର୍ମିତ ହୋଇଛି। ଏଥିରେ ୫ ସିଟର ମନୋକ୍ୱ୍ୟ ସୁବିଧା ରହିଛି। ଏହାର ନିର୍ମାଣ ଶୈଳୀ ଲ୍ୟାଣ୍ଡ ରୋଭର ଡି-୮ ଭଳି କରାଯାଇଛି। ଏହା ଭାରତୀୟ ରାସ୍ତାର ପରିବେଶକୁ ଦୃଷ୍ଟିରେ ରଖି ନିର୍ମିତ ହୋଇଛି। ଏହି ଅବସରରେ ଟାଟା ମୋଟର୍ସର ପାସେର ଭେହିକିଲ୍ ବିଜ୍ନେସ୍ ୟୁନିଟ୍ ସଭାପତି ମୟଙ୍କ ପାରିକ୍ କହିଲେ, ‘ ଆମେ ଗ୍ରାହକଙ୍କ ସୁବିଧା ପାଇଁ ବିଭିନ୍ନ ଉତ୍ପାଦ ତଥା ସେବାର ପ୍ରଚଳନ କରିଥାଉ। ବ୍ୟବସାୟିକ ଯାନ ଅନ୍ତର୍ଗତ ଅନ୍ତର୍ଗତ ’ଟାଟା ହାରିଅର’ ବଜାର ପ୍ରବେଶ ହୋଇଥିବାରୁ ଆମେ ବେଶ୍ ଆନନ୍ଦିତ। ଏହା ୨୦୧୯ ମସିହାର ପ୍ରଥମ ତ୍ରୟମାସରେ ବଜାରକୁ ଆସିବାର ଆଶା ରହିଛି। ଏହା ଗ୍ରାହକଙ୍କୁ ଆକର୍ଷିତ କରିବାକୁ ସକ୍ଷମ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଏହା ଏଚ୍-୫-ଏକ୍ସ ଜ୍ଞାନକୌଶଳ ଆଧାରରେ ନିର୍ମିତ ହୋଇଛି। ଟାଟା ମୋଟରର୍ସ ଲିମିଟେଡ୍ ଭାରତ ବୃହତ୍ ଅଟୋମୋବାଇଲ୍ କମ୍ପାନୀ । ଏହାର ବାର୍ଷିକ ରାଜସ୍ୱ ୪୫ ବିଲିୟନ୍ ଡଲାର ରହିଛି। ଏହା ୧୦୦ ବିଲିୟନ୍ ଟାଟା ଗ୍ରୁପ୍ର ଅଂଶ ବିଶେଷ। ଏହା ୭୬ ସହଯୋଗୀ ଓ ଅଂଶୀଦାର କମ୍ପାନୀ ସହାୟତାରେ ଏହା ବ୍ରିଟେନ୍, ଦକ୍ଷିଣକୋରିଆ, ଥାଇଲାଣ୍ଡ, ଦକ୍ଷିଣଆଫ୍ରିକା, ଇଣ୍ଡୋନେସିଆ ଆଦି ରାଷ୍ଟ୍ରରେ କାରବାର ଜାରି ରଖିଛି। ଏହା ଜାଗୁଆର୍ ଲ୍ୟାଣ୍ଡ ରୋଭର ଓ ଫିଆଟ୍ ସହିତ ମିଳିତ ଭାବେ କାର୍ଯ୍ୟ କରୁଛି ।
ବଜାରକୁ ଆସିବ ଟାଟା ମୋଟର୍ସର ’ଟାଟା ହାରିଅର’
/sambad/media/post_attachments/wp-content/uploads/2018/07/Harrier_Name_White_Black_R1-02.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)