ବାରବାଟୀ-କଟକରେ କମାଲ କଲା କଂଗ୍ରେସ: ବିଜେଡି ହେଭିୱେଟ୍ ଦେବାଶିଷଙ୍କୁ ପରାସ୍ତ କଲେ ମହମ୍ମଦ ମୋକିମ୍
କଟକ: କଟକ ବାରବାଟୀରେ କମବ୍ୟାକ୍ କଲା କଂଗ୍ରେସ । କଟକ-ବାରବାଟୀରେ କଂଗ୍ରେସ ପ୍ରାର୍ଥୀ ମହମ୍ମଦ ମୋକିମ୍ ‘ହାତ’କୁ କଲେ ମଜବୁତ । ବିଜେଡି ହେଭିୱେଟ ଦେବାଶିଷ ସାମନ୍ତରାୟଙ୍କୁ ୪ ହଜାର ୧୧୧ ଖଣ୍ଡ ଭୋଟ୍ ବ୍ୟବଧାନରେ ପରାସ୍ତ କରି ବିଧାୟକ ଭାବେ ନିର୍ବାଚିତ ହେଲେ ମହମ୍ମଦ ମୋକିମ ।
Sambad is now on WhatsApp
Join and get latest news updates delivered to you via WhatsApp
ଯେଉଁ ଆସନ ଉପରେ ବିଜୟ ସମ୍ଭାବନାକୁ ବିଜେଡି ଜୋର୍ ଦେଉଥିଲା ଶେଷରେ ବିଜେଡିର ବିଜୟ ପଥକୁ ‘ହାତ’ ଅଟକାଇ ଦେଇଛି । ଆଉ ଦୀର୍ଘ ଦିନ ଧରି ବାରବାଟୀ-କଟକ ପାଇଁ ଯେଉଁ ପରିଶ୍ରମ କରିଥିଲେ ମୋକିମ୍ ଶେଷରେ ତାହାର ଫଳ ମିଳିଛି । ଆଉ ସ୍ଥାନୀୟ ବାସିନ୍ଦାଙ୍କ ଭରସା ଜିତି ଏଥର ବିଜୟୀ ଟୀକା ପିନ୍ଧିଛନ୍ତି ମୋକିମ ।