କିରାସିନି ଢ଼ାଳି ଗାଈ ପିଠିରେ ନିଆଁ ଲଗାଇ ଦେଲା ପୋଷ୍ଟମାଷ୍ଟର ପୁଅ

ଚାନ୍ଦବାଲି : ରାଗ ବ୍ରହ୍ମ ଚଣ୍ଡାଳ । ହିନ୍ଦୁଧର୍ମରେ ଗାଈ ଗୋରୁଙ୍କୁ ଦେବତା ମନାଯାଇ ପୂଜାର୍ଚ୍ଚନା କରାଯାଇଥାଏ । ମାତ୍ର ଜଣେ ହିନ୍ଦୁ ହିଂସାତ୍ମକ ପନ୍ଥା ଆପଣେଇ ପୂର୍ବଶତ୍ରୃତାକୁ କେନ୍ଦ୍ର କରି ଗୋମାତା ଉପରେ କିରାସିନି ଢ଼ାଳି ନିଆଁ ଲଗାଇ ଦେବା ଭଳି ଅମାନୁଷିକ କାଣ୍ଡ ଘଟିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ମହୁଲିଆ ଗ୍ରାମ ପଂଚାୟତ ଚନ୍ଦନପୁର ଗ୍ରାମରେ । ନିରୀହ ଜୀବଟି ନିଆଁ ଜ୍ୱଳାରେ ଗାଈର ପିଠି ଅଂଶ ୯୦ ପ୍ରତିଶତ ପୋଡ଼ି ହୋଇ ଛଟପଟ ହେଉଥିବା ବେଳେ ଗ୍ରାମର କିଛି ବ୍ୟକ୍ତି ତାଙ୍କୁ ଉଦ୍ଧାର କରି ଚିକିତ୍ସା କରାଇଛନ୍ତି । ଏ ସମ୍ପର୍କରେ ଗାଁରେ ଚାପା  ଥିବା ଦେଖିବାକୁ ମିଳିଛି । ଖବର ଲେଖା ହେଲା ବେଳକୁ ଏ ସମ୍ପର୍କରେ ଗ୍ରାମବାସୀ ତରଫରୁ ଏକ ଲଖିତ ଅଭିଯୋଗ ଥାନାରେ ପ୍ରସ୍ତୁତ ହେଉଥିଲେ ।

ପ୍ରକାଶ ଥାଉକି ଚାନ୍ଦବାଲି ବ୍ଲକ ମହୁଲିଆ ପଂଚାୟତ ଚନ୍ଦପୁର ଗାଁ ପାଖଦେଇ ମେଗାପ୍ରକଳ୍ପ ପାଣି ପାଇପ୍ ବିଛା ଯିବା ପାଇଁ ଭଦ୍ରକ ଚାନ୍ଦବାଲି ରାସ୍ତାକଡ଼ରେ ମାଟି ଖୋଳି ପକାଉଥିବା ବେଳେ ଏହି ମାଟିକୁ କେନ୍ଦ୍ରକରି ଗ୍ରାମବାସୀଙ୍କ ଉକ୍ତ ଗାଁର ପୋଷ୍ଟ ମାଷ୍ଟର ଯୁଗଳ କିଶୋର ପଣ୍ଡାଙ୍କ ସହ ବଚସା ହେଇଥିଲା । ଯାହାକୁ ନେଇ ଉଭୟ ଗ୍ରାମବାସୀ ଓ ପୋଷ୍ଟ ମାଷ୍ଟରଙ୍କ ଏହି ବିବାଦ ତୀବ୍ରରୁପ ନେଇ ମାଲିମକଦମା ହୋଇଥିଲା । ପରେ ଘଟଣାକୁ ନେଇ ପୋଷ୍ଟ ମାଷ୍ଟରକୁ ଗ୍ରାମବାସୀ ସହ ସୁ ସମ୍ପର୍କ ରଖିନଥିଲା କି କାହା ସହିତ ଚଳିବା ବନ୍ଦ କରିଦେଇଥିଲା । ମାତ୍ର ଆଜି ସେହି ଗାଁର ପଡ଼ୋଶୀ କୈାଳାସ ମଲ୍ଲିକଙ୍କ ଗାଈ ଅପରାହ୍ନରେ ତାଙ୍କ ବାଡ଼ିକୁ ପଶିଯାଇଥିବା ବେଳେ ପୋଷ୍ଟ ମାଷ୍ଟରଙ୍କ ପୁଅ ସୁଜିତ ପଣ୍ଡା ରାଗ ରେ ନିଆଁବାଣ ହୋଇ ରାଗ ସୁଝାଇବାକୁ ଯାଇ ଗାଈ ଉପରେ କିରାସିନି ଢ଼ାଲି ନିଆଁ ଲଗେଇ ଦେଇଥିଲା । ଗାଈ ପିଠିରେ ନିଆଁ ଜଳୁଥିବା ବେଳେ ଜ୍ୱଳାରୁ ବର୍ତିବା ପାଇଁ ଗାଁ ଦାଣ୍ଡରେ ଗାଈଟି ହମାଳି ରଡ଼ିରେ ଦୈାଡ଼ି ଥିଲା । ଏହା ଦେଖି କିଛି ଗ୍ରାମବାସୀ ଗାଇଟିକୁ ଉଦ୍ଧାର କରି ପାଣିଢ଼ାଳି ନିଆାଁ ଲିଭାଇ ଥିଲେ । ତେବେ ଗାଈଟିର ପିଠି ଅଂଶ ୯୦ ଭାଗ ପୋଡ଼ି ଯାଇଥିବା ବେଳେ ଛାଳ ଉତୁରି ଯାଇଥିଲା । ପରେ ପଶୁ ଡ଼ାକ୍ତରକୁ ଡ଼କାଇ ଚିକିତ୍ସା କରିଛନ୍ତି ।

ସମ୍ବନ୍ଧିତ ଖବର