ପିଙ୍କି ପ୍ରଧାନଙ୍କ ପ୍ରାର୍ଥୀତ୍ବକୁ ବିରୋଧ, ଦିଗପହଣ୍ଡି ବିଜେପି ଅଫିସରେ ତାଲା

ବ୍ରହ୍ମପୁର : ଅଭିନେତ୍ରୀରୁ ନେତ୍ରୀ ବନିଥିବା ପିଙ୍କି ପ୍ରଧାନ  ଦିଗପହଣ୍ଡିରୁ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଘୋଷଣା କରାଯିବା ପରେ ସ୍ଥାନୀୟ ବିଜେପିରେ ଦେଖାଦେଇଛି ବିଦ୍ରୋହ ।  ପିଙ୍କିଙ୍କୁ ଟିକେଟ ମିଳିବା ପରେ ଦିଗପହଣ୍ଡି ପାଇଁ ଆଶାୟୀ ଥିବା ଉତ୍ତମ ପାଣିଗ୍ରାହୀ ଦଳ ବିରୋଧରେ ବିଦ୍ରୋହ ଆରମ୍ଭ କରି ଦେଇଛନ୍ତି । ଏପରିକି  ଅସନ୍ତୋଷ ଜଣାଇବା ପାଇଁ ଉତ୍ତମ  ଓ ତାଙ୍କର ସମର୍ଥକ ପାର୍ଟି ଅଫିସରେ ତାଲା ପକାଇଛନ୍ତି।

ଦିଗପହଣ୍ଡିରୁ ଲଢି ଆସୁଥିବା ଉତ୍ତମଙ୍କୁ ଟିକେଟ ଦିଆ ନ ଯିବା ପରେ ସେ ଦଳକୁ ସିଧାସଳଖ ଚେତାବନୀ ଦେଇଛନ୍ତି । ଯଦି ଦଳ ତାଙ୍କ କଥା ବିଚାରକୁ ନ ନିଏ ତେବେ ସେ ଓ ତାଙ୍କର ସମର୍ଥକ  ଦଳରୁ ଇସ୍ତଫା ଦେବେ।  ଯଦି ପିଙ୍କିଙ୍କ ପ୍ରାର୍ଥୀତ୍ୱକୁ ପରିବର୍ତ୍ତନ କରାନଯାଏ ତେବେ ସେ ସ୍ୱାଧୀନ ଭାବେ ଲଢିବାକୁ ମଧ୍ୟ ଘୋଷଣା କରିଛନ୍ତି।

ଗୋଟିଏ ପଟେ ଅନ୍ୟ ଶିବିରରୁ ନେତା ଆଣି ଦଳ ବଳ ଗୋଟାଉଥିବା ବେଳେ ଏବେ ବିଦ୍ରୋହୀ ପ୍ରାର୍ଥୀ ବିଜେପି ପାଇଁ ବଡ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛନ୍ତି । ବିଦ୍ରୋହୀ ମାନେ ଯଦି ଗୃହଭେଦୀ ବିଭୀଷଣ ଭୂମିକାରେ ଅବତୀର୍ଣ୍ଣ ହେବେ ତେବେ ବିଜେପି ପାଇଁ ଏହା ସବୁଠୁ ବଡ ଚ୍ୟାଲେଞ୍ଜ ପାଲଟିବ । ତେଣୁ ଏହି ବିଦ୍ରୋହୀଙ୍କୁ ଦଳ କିଭଳି ମନାଇବ ତାହା ଉପରେ ସମସ୍ତଙ୍କର ନଜର ରହିଛି ।

ସମ୍ବନ୍ଧିତ ଖବର