ବିପୁଳ ବିଜୟ ପାଇଁ ମୋଦିଙ୍କୁ ଅଭିନନ୍ଦନ ଜଣାଇଲେ ନବୀନ, ମିଳିମିଶି କାମ କରିବାକୁ ଆହ୍ଵାନ

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନରେ ବିପୁଳ ବିଜୟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଟ୍ଵିଟ କରି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ ସାଧାରଣ ନିର୍ବାଚନରେ ଏନଡିଏ ତଥା ବିଜେପିର ବିପୁଳ ବିଜୟ ପାଇଁ ଆପଣଙ୍କୁ ଅଭିନନ୍ଦନ । ମୁଁ ଆଶା କରୁଛି ଆଗାମୀ ଦିନରେ ଓଡ଼ିଶାର ବିକାଶ ପାଇଁ କାମ କରିବା । ସେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ ପାଇଁ ତାଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହାର କିଛି ସମୟ ପୂର୍ବେ ମୋଦି ଟ୍ଵିଟ କରି ନବୀନ ପଟ୍ଟନାୟକଙ୍କୁ ଅଭିନନ୍ଦନ ଜଣାଇଥିଲେ ।

 

ସମ୍ବନ୍ଧିତ ଖବର