ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅନ୍ତର୍ଗତ ଖାଡ଼େଙ୍ଗା ଠାରେ ହେଉଥିବା ମଣ୍ଡେଇ କାର୍ଯ୍ୟକ୍ରମରେ ଲାଗିଥିବା ଖୁଡୁଖୁଡ଼ି ଖେଳ ଉପରେ ପୁଲିସ ଚଢ଼ାଉ କରିବା ସମୟରେ କିଛି ଗ୍ରାମବାସୀ ପୁଲିସ ଉପରେ ପାଲଟା ଆକ୍ରମଣ କରିଥିଲେ l ଉକ୍ତ ଘଟଣାରେ ଆଜି ନବରଙ୍ଗପୁର ଏସ ପି ଏବଂ ଉମରକୋଟ ଏସଡିପିଓ ରାଇଘର ଠାରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତିl ଅପରପକ୍ଷରେ ୧୦ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି l 

Advertisment

ସ୍ଥାନୀୟ ବ୍ଲକ ଅନ୍ତର୍ଗତ ଯୋଡ଼ିଙ୍ଗା ପଞ୍ଚାୟତର ଖାଡ଼େଙ୍ଗାଠାରେ ଚଳିତ ବର୍ଷର ମଣ୍ଡେଇ ଯାତ୍ରା ଚାଲିଥିବା ବେଳେ ଗତକାଲି ରାତିରେ ସେଠାରେ ବେଆଇନ ଭାବେ ଖୁଡୁଖୁଡି ଖେଳ ଲାଗିଥିଲା l ଖବର ପାଇ ରାଇଘର ଥାନା ଅଧିକାରୀ ଏକ ଟିମ ନେଇ ବିଳମ୍ବିତ ରାତିରେ ମଣ୍ଡେଇ ସ୍ଥାନରେ ପହଞ୍ଚିଥିଲେ l ଖୁଡୁଖୁଡ଼ି ଖେଳ ଚାଲୁଥିବା ଦେଖି ସେଠାରେ ଚଢ଼ାଉ କରିବା ସହ ଉପସ୍ଥିତ ଲୋକଙ୍କୁ ଘଟଣା ସ୍ଥଳରୁ ତଡ଼ିଥିଲେ l ଏହି ସମୟରେ କିଛି ଲୋକ ପୁଲିସକୁ ପାଲଟା ଆକ୍ରମଣ କରିଥିଲେ l ଏହି ଘଟଣାରେ ଜଣେ ସଵ୍ ଇନ୍ସପେକଟରଙ୍କ ସମେତ ଥାନା ଅଧିକାରୀଙ୍କୁ ମାଡ଼ ହୋଇଥିବା ଜଣାପଡ଼ିଛି l ଅନ୍ୟପଟେ ଏହି ଘଟଣାରେ କିଛି ଗ୍ରାମବାସୀଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରିବା ସହ ସେମାନଙ୍କ ମଧ୍ୟରୁ ୧୦ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି l

ସୂଚନା ଅନୁଯାୟୀ, ସ୍ଥାନୀୟ ବ୍ଲକ ଅନ୍ତର୍ଗତ ଯୋଡ଼ିଙ୍ଗା ପଞ୍ଚାୟତର ଖାଡ଼େଙ୍ଗାଠାରେ ଚଳିତ ବର୍ଷର ମଣ୍ଡେଇ ଯାତ୍ରା ଚାଲିଥିବା ବେଳେ ଗତକାଲି ରାତିରେ ସେଠାରେ ବେଆଇନ ଭାବେ ଖୁଡୁଖୁଡି ଖେଳ ଲାଗିଥିଲା l ଖବର ପାଇ ରାଇଘର ଥାନା ଅଧିକାରୀ ଏକ ଟିମ ନେଇ ବିଳମ୍ବିତ ରାତିରେ ମଣ୍ଡେଇ ସ୍ଥାନରେ ପହଞ୍ଚିଥିଲେ l ଖୁଡୁଖୁଡ଼ି ଖେଳ ଚାଲୁଥିବା ଦେଖି ସେଠାରେ ଚଢ଼ାଉ କରିବା ସହ ଉପସ୍ଥିତ ଲୋକଙ୍କୁ ଘଟଣା ସ୍ଥଳରୁ ତଡ଼ିଥିଲେ l ଏହି ସମୟରେ କିଛି ଲୋକ ପୁଲିସକୁ ପାଲଟା ଆକ୍ରମଣ କରିଥିଲେ l

ଏହି ଘଟଣାରେ ଜଣେ ସଵ୍ ଇନ୍ସପେକଟରଙ୍କ ସମେତ ଥାନା ଅଧିକାରୀଙ୍କୁ ମାଡ଼ ହୋଇଥିବା ଜଣାପଡ଼ିଛି l ଅନ୍ୟପଟେ ଏହି ଘଟଣାରେ କିଛି ଗ୍ରାମବାସୀଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରିବା ସହ ସେମାନଙ୍କ ମଧ୍ୟରୁ ୧୦ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି l ଥାନା ଅଧିକାରୀ ରଘୁନାଥ ମାଝୀଙ୍କ ପକ୍ଷରୁ  ଏତଲା ପରେ ଏକ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି l